ବରଗଡ଼: ଚାଷକାମ ଛାଡି ସରକାରୀ ଅଫିସରେ ଘାଣ୍ଟି ହେଉଛନ୍ତି ଚାଷୀ । ସରକାରଙ୍କ ଅଜବ ନିୟମ ଆଗରେ ବନ୍ଧା ପଡିଛି ଏମାନଙ୍କ ହାତ। ରବି ଋତୁ ପରେ ଖରିବ ଫସଲରେ ବ୍ୟସ୍ତ ରହୁଥିବା ବରଗଡ଼ ଜିଲ୍ଲାର ଚାଷୀ ଭାଇ ଏବେ ସରକାରଙ୍କ ନୀତି ଯୋଗୁଁ ଅଫିସ୍ର ଚକ୍କର କାଟୁଛନ୍ତି । ଅତବିରା ସୋସାଇଟିରେ ବିନା ପଞ୍ଜୀକରଣରେ ଫେରିବାକୁ ବାଧ୍ୟ ହେଉଥିବାବେଳେ ଏପଟେ ଲମ୍ବାରେ ଛିଡା ହେବାକୁ ପଡୁଛି । ଏପରିକି ଗୋଟିଏ ଦିନରେ କାମ ସରୁନଥିବାରୁ ପୁଣି ତା ଆରଦିନ ଆସିବାକୁ ପଡୁଛି ।
ଚାଷୀ ପ୍ରଥମେ ଜଳକର ଦେବାପରେ ଚାଷ କାମ କରିଥାଏ । ସରକାରଙ୍କ ପାଖରେ ମଧ୍ୟ ଜଳକର ରିପୋର୍ଟ ରହୁଛି । କିନ୍ତୁ ତଥାପି ଜଳକର ରସିଦର ପ୍ରମାଣ ଦେଲେ ଯାଇ ରେଜିଷ୍ଟ୍ରେସନ କରିପାରିବେ । ଆଉ ରେଜିଷ୍ଟ୍ରେସନ କରିନପାରିଲେ ନିଜ କଷ୍ଟ ଅର୍ଜିତ ଧାନକୁ ବିକ୍ରି କରିପାରିବେ ନାହିଁ । ଫଳରେ ସରକାରଙ୍କ ଏଭଳି ପ୍ରଣାଳୀରେ ପ୍ରତି ଋତୁରେ ହଇରାଣ ହେଉଛନ୍ତି ଏଠାକାର ଚାଷୀ ।