ଓଡିଶା

odisha

ETV Bharat / state

ପୂର୍ବତଟ ରେଳବାଇ ମହାପ୍ରବନ୍ଧକଙ୍କୁ ଭେଟିଲା ବରଗଡ ବିଜେପି ପ୍ରତିନିଧି ଦଳ - east coast railway

ଜିଲ୍ଲାର ବିଭିନ୍ନ ରେଳସେବା ସମ୍ପର୍କିତ ସମସ୍ୟା ନେଇ ପୂର୍ବତଟ ରେଳବାଇର ଜେନେରାଲ ମ୍ୟାନେଜରଙ୍କୁ ଭେଟିଲା ଜିଲ୍ଲା ବିଜେପିର ଏକ ପ୍ରତିନିଧି ଦଳ । ସମସ୍ୟାର ସାମାଧାନ ଦିଗରେ କାର୍ଯ୍ୟକ୍ରମ ହାତକୁ ନେବାକୁ ଦାବି । ଅଧିକ ପଢନ୍ତୁ...

ପୂର୍ବତଟ ରେଳବାଇ ମହାପ୍ରବନ୍ଧକଙ୍କୁ ଭେଟିଲା ବରଗଡ ବିଜେପି ପ୍ରତିନିଧି ଦଳ
ପୂର୍ବତଟ ରେଳବାଇ ମହାପ୍ରବନ୍ଧକଙ୍କୁ ଭେଟିଲା ବରଗଡ ବିଜେପି ପ୍ରତିନିଧି ଦଳ

By

Published : Oct 21, 2021, 9:57 PM IST

ବରଗଡ:ଆଜି ଜିଲ୍ଲା ବିଜେପିର ଏକ ପ୍ରତିନିଧି ମଣ୍ଡଳୀ ପୂର୍ବତଟ ରେଲୱେ ମ୍ୟାନେଜରଙ୍କୁ ସାକ୍ଷାତ କରିଥିଲେ। ସମ୍ବଲପୁର ଠାରେ ପୂର୍ବତଟ ରେଳବାଇର ଜେନେରାଲ ମ୍ୟାନେଜର ବିଦ୍ୟାଭୂଷଣ ଓ ସମ୍ବଲପୁର ମଣ୍ଡଳ ପ୍ରବନ୍ଧକ ପ୍ରଦୀପ କୁମାରଙ୍କୁ ସାକ୍ଷାତ କରି ଜିଲ୍ଲାର ବିଭିନ୍ନ ରେଳ ସେବା ସମ୍ପର୍କିତ ସମସ୍ୟା ନେଇ ଆଲୋଚନା କରିଥିଲେ ।

ପୂର୍ବତଟ ରେଳବାଇ ମହାପ୍ରବନ୍ଧକଙ୍କୁ ଭେଟିଲା ବରଗଡ ବିଜେପି ପ୍ରତିନିଧି ଦଳ

ଵରଗଡ-ଭୁବନେଶ୍ୱର ଇଣ୍ଟରସିଟି ଚଳାଚଳ ତୁରନ୍ତ ଆରମ୍ଭ କରିବା, ଵରଗଡ ରେଲୱେ ଷ୍ଟେସନର ଦ୍ଵିତୀୟ ପ୍ଲାଟଫର୍ମରେ ସେଡ଼ରକୁ ଏକ୍ସଟେନସନ କରିବା, ସମଲେଶ୍ବରୀ ଟ୍ରେନକୁ ତୁରନ୍ତ ବରଗଡ଼ରେ ରହଣିର ବ୍ୟବସ୍ଥା, ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକଙ୍କ ପାଇଁ ଵରଗଡ ଷ୍ଟେସନରେ ଲିଫ୍ଟର ବ୍ୟବସ୍ଥା ଇତ୍ୟାଦି ସମସ୍ଯା ଉପସ୍ଥାପନ କରିବା ସହ ଏହାର ସମାଧାନ ପାଇଁ ଦାବି କରିଛି ଏହି ପ୍ରତିନିଧି ମଣ୍ଡଳୀ । ଆଲୋଚନା ପରେ ରେଳବାଇ ଜେନେରାଲ ମ୍ୟାନେଜେର ଉପରୋକ୍ତ ସମସ୍ତ ଦାବି ଗୁଡିକ ତୁରନ୍ତ ସମାଧାନ କରାଯିବା ନେଇ ନିର୍ଭର ପ୍ରତିଶ୍ରୁତି ଦେଇଥିବା ସୂଚନା ରହିଛି ।

ପୂର୍ବତଟ ରେଳବାଇ ମହାପ୍ରବନ୍ଧକଙ୍କୁ ଭେଟିଲା ବରଗଡ ବିଜେପି ପ୍ରତିନିଧି ଦଳ
ପୂର୍ବତଟ ରେଳବାଇ ମହାପ୍ରବନ୍ଧକଙ୍କୁ ଭେଟିଲା ବରଗଡ ବିଜେପି ପ୍ରତିନିଧି ଦଳ

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details