ଓଡିଶା

odisha

ETV Bharat / state

ଗୋପପୁର ଛାଡି ମଥୁରା ଅଭିମୁଖେ କୃଷ୍ଣ: ଶୋକାକୁଳ ଗୋପପୁର - Bargarh Dhanu Yatra

ନବମ ଦିନରେ କୃଷ୍ଣବଳରାମ ବେନି ଭାଇଙ୍କୁ ମନ୍ତ୍ରୀ ଅକ୍ରୁର ମଥୁରା ଅଭିମୁଖେ ଯାତ୍ରା କରିଥିବାବେଳେ ଗୋପପୁରରେ ଶୋକାକୁଳ ପରିବେଶ ଖେଳିଯାଇଛି । ଅଧିକ ପଢନ୍ତୁ...

ଗୋପପୁର ଛାଡି ମଥୁରା ଅଭିମୁଖେ କୃଷ୍ଣ: ଶୋକାକୂଳ ଗୋପପୁର
ଗୋପପୁର ଛାଡି ମଥୁରା ଅଭିମୁଖେ କୃଷ୍ଣ: ଶୋକାକୂଳ ଗୋପପୁର

By

Published : Jan 10, 2020, 12:27 AM IST

Updated : Jan 10, 2020, 12:45 AM IST

ବରଗଡ:ବିଶ୍ଵପ୍ରସିଦ୍ଧ ଧନୁଯାତ୍ରାର ନବମ ଦିନରେ କୃଷ୍ଣବଳରାମ ବେନି ଭାଇଙ୍କୁ ମନ୍ତ୍ରୀ ଅକ୍ରୁର ମଥୁରା ଅଭିମୁଖେ ଯାତ୍ରା କରିଥିବା ବେଳେ ଗୋପପୁରରେ ଶୋକାକୁଳ ପରିବେଶ ଖେଳିଯାଇଛି | ଶ୍ରୀକୃଷ୍ଣ ବଳରାମଙ୍କୁ ଛାଡ଼ିବା ପାଇଁ ନନ୍ଦରାଜା, ଯଶୋଦା, ଗୋପୀ ଓ ରାଧା ବାଟ ଓଗାଳିବା ସହ ଅଶ୍ରୁଳ ବିଦାୟ ଦେଇଛନ୍ତି। ସେପଟେ କଂସ ମହାରାଜ ନଗର ଭ୍ରମଣ କରି ଆମ୍ରବନରେ ମୁନିଋଷିଙ୍କୁ ଆକ୍ରମଣ କରି ବନ୍ଦୀ କରିଛନ୍ତି ।

ଗୋପପୁର ଛାଡି ମଥୁରା ଅଭିମୁଖେ କୃଷ୍ଣ: ଶୋକାକୂଳ ଗୋପପୁର


ଧନୁଯାତ୍ରାର ନବମ ଦିନରେ , କୃଷ୍ଣବଳରାମଙ୍କୁ ହତ୍ୟା କରିବା ପାଇଁ ମହାରାଜା କଂସଙ୍କ ଆୟୋଜିତ ଛଳନାର ଧନୁଯାତ୍ରା ଦେଖିବା ପାଇଁ, ନିମନ୍ତ୍ରଣ ଧରି ପହଞ୍ଚିଥିବା ମନ୍ତ୍ରୀ ଅକ୍ରୁରଙ୍କ ସହ ବହାରି ପଡ଼ିଛନ୍ତି କୃଷ୍ଣ ବଳରାମ ବେନି ଭାଇ । ହେଲେ ନନ୍ଦ ରାଜା ଓ ଯଶୋଦାକୁ ବୁଝାଇବ କିଏ? ପୁତ୍ର ପ୍ରେମରେ ଅନ୍ଧ ହୋଇପଡ଼ିଛନ୍ତି ମାତା ଯଶୋଦା, କୃଷ୍ଣବଳରାମ ଧନୁଯାତ୍ରା ଦେଖି ଫେରି ଆସିବାକୁ କଥା ଦେଇଛନ୍ତି । ଏପଟେ ବାଟରେ ରାଧା ସମେତ ଗୋପାଙ୍ଗନା କୃଷ୍ଣଙ୍କ ବାଟ ଓଗାଳିଛନ୍ତି। ଯାହା ହେଉ ପଛେ କୃଷ୍ଣଙ୍କୁ ମଥୁରା ଯିବାକୁ ଦେବୁ ନାହିଁ ଏହି ଭାବନାରେ ରାଧା ମୁର୍ଛିତ ହୋଇପଡ଼ୁଛନ୍ତି । ଗୋପାଙ୍ଗନାଙ୍କ କ୍ରନ୍ଦନରେ ଗୋପଦାଣ୍ଡ ଫାଟି ଉଠୁଥିବା ବେଳେ ଧନୁଯାତ୍ରା ଦେଖି ଚାରିଦିନରେ ଫେରିଆସିବାକୁ କଥା ଦେଉଛନ୍ତି କୃଷ୍ଣ।

ଏହାପରେ ଗୋପି ଗୋପାଙ୍ଗନା ମାନେ ଅଶ୍ରୁଳ ବିଦାୟ ଦେଉଛନ୍ତି ଶ୍ରୀକୃଷ୍ଣଙ୍କୁ । କୃଷ୍ଣବଳରାମଙ୍କ ବିଦାୟ ପରେ ସାରା ଗୋପପୁର ଲାଗୁଛି ଖାଁ ଖାଁ । ସମସ୍ତ ଗୋପିଗୋପାଙ୍ଗନାଙ୍କ ଆଖିରୁ ଅଜସ୍ର ଲୁହ ଝରି ପଡ଼ୁଥିବାବେଳେ ଏହାକୁ ସ୍ବଚକ୍ଷୁରେ ଦେଖି ଭାବବିହ୍ବଳ ହୋଇପଡ଼ିଛନ୍ତି ଦର୍ଶକ ।


ଏପଟେ ମଥୁରାରେ ମହାରାଜା କଂସ ନଗର ଭ୍ରମଣରେ ବହାରି ଥିବାବେଳେ ମଥୁରାର ଆମ୍ରବନରେ ଶ୍ରୀକୃଷ୍ଣଙ୍କ ଆରାଧନାରତ ଋଷିମୁନିଙ୍କ ଉପରେ ଅତ୍ୟାଚାର ଚଲାଇଛନ୍ତି। ବନ୍ଦୀ କରି ନେଇ ଆସିଥିବା ମୁନିଋଷିଙ୍କୁ ରାଜଦରବାରରେ ଦଣ୍ଡବିଧାନ କରିଛନ୍ତି ମହାରାଜ କଂସ। ଏହି ସମୟରେ ମନ୍ତ୍ରୀ ଅକ୍ରୁର ରାଜଦରବାରକୁ ପ୍ରବେଶ କରି କୃଷ୍ଣବଳରାମଙ୍କ ମଥୁରା ଆଗମନ ସୂଚନା ଦେଇଛନ୍ତି । ଏଥିରେ ଆନନ୍ଦିତ ହୋଇ ମହାରାଜ କଂସ ନୃତ୍ୟଗୀତରେ ବିଭୋର ହୋଇଯାଇଛନ୍ତି । କୃଷ୍ଣ ବଳରାମଙ୍କୁ କିପରି ମାରିବେ ପାତ୍ର ମନ୍ତ୍ରୀଙ୍କ ସହ ବିଚାର ବିମର୍ଶ କରିଛନ୍ତି ।
ତେବେ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରାର ଦଶମଦିନରେ କୃଷ୍ଣବଳରାମଙ୍କୁ ମଥୁରାରେ ସ୍ବାଗତ ସମ୍ବର୍ଦ୍ଧନା ସୁଦାମା ମାଳି , ରଜକଙ୍କ ସହ ସାକ୍ଷାତ, କୁବୁଜା ଉଦ୍ଧାର ।

ସେପଟେ ରାଜମହଲରେ ମହାରାଜାଙ୍କ ନ୍ୟାୟ ବିଚାର ଏବଂ ଗୋପପୁରରେ କୃଷ୍ଣଙ୍କ ବିରହରେ ଗୋପିମାନଙ୍କ ବିଳାପ ଦୃଶ୍ୟ ଅଭିନୀତ ହେବ ।

ବରଗଡରୁ ରାଜେସ ସରାପ, ଇଟିଭି ଭାରତ

Last Updated : Jan 10, 2020, 12:45 AM IST

ABOUT THE AUTHOR

...view details