ଓଡିଶା

odisha

ETV Bharat / state

ସିଡିପିଓ ଗିଳିଦେଲେ ଲକ୍ଷାଧିକ ଟଙ୍କାର ଅଣ୍ଡା - ସିଡିପିଓ ଗିଳିଦେଲେ ଲକ୍ଷାଧିକ ଅଣ୍ଡା

ପ୍ରସୂତୀ ଓ ଗର୍ଭବତୀ ମହିଳାଙ୍କୁ ଗତ 9 ମାସଧରି ଅଣ୍ଡା ଦିଆଯାଉନଥିବା ବେଳେ ଲକ୍ଷାଧିକ ଟଙ୍କାର ଅଣ୍ଡା ଘୋଟାଲା ହୋଇଥିବା ଏବଂ ଏହି ଘୋଟାଲାରେ ଭଟଲି ସିଡ଼ିପିଓଙ୍କ ହାତ ଥିବା ନେଇ ଅଭିଯୋଗ ଆଣିଛନ୍ତି ପୂର୍ବତନ ସରପଞ୍ଚ ।

ସିଡିପିଓ ଗିଳିଦେଲେ ଲକ୍ଷାଧିକ ଅଣ୍ଡା
ସିଡିପିଓ ଗିଳିଦେଲେ ଲକ୍ଷାଧିକ ଅଣ୍ଡା

By

Published : Nov 27, 2019, 11:37 PM IST

ବରଗଡ: ନଅ ମାସରେ ଲକ୍ଷାଧିକ ଟଙ୍କାର ଅଣ୍ଡା ଖାଇଗଲେ ସିଡ଼ିପିଓ । ଏପରି ଅଭିଯୋଗ ଆସିଛି ଭଟଲି ବ୍ଲକ ସିଡ଼ିପିଓ ନିୟତ୍ତୀ ଯୋଶୀଙ୍କ ନାମରେ । ପ୍ରସୂତୀ ଓ ଗର୍ଭବତୀ ମହିଳାଙ୍କୁ ଗତ 9 ମାସଧରି ଅଣ୍ଡା ଦିଆଯାଉନଥିବା ବେଳେ ଲକ୍ଷାଧିକ ଟଙ୍କାର ଅଣ୍ଡାର ଘୋଟାଲା ହୋଇଥିବା ଏବଂ ଏହି ଘୋଟାଲାରେ ଭଟଲି ସିଡ଼ିପିଓଙ୍କ ହାତଥିବା ନେଇ ଅଭିଯୋଗ ଆଣିଛନ୍ତି ପୂର୍ବତନ ସରପଞ୍ଚ ।

ସିଡିପିଓ ଗିଳିଦେଲେ ଲକ୍ଷାଧିକ ଅଣ୍ଡା


ରାଜ୍ୟ ସରକାର ପ୍ରସୂତୀ ଓ ଗର୍ଭବତୀ ମହିଳାଙ୍କ ପାଇଁ ଅଙ୍ଗନବାଡିକର୍ମୀଙ୍କ ଜରିଆରେ ଅଣ୍ଡା ପ୍ରଦାନ କରୁଛନ୍ତି । ବରଗଡ଼ ଜିଲ୍ଲାରେ ସମସ୍ତ ବ୍ଲକମାନଙ୍କରେ ଅଣ୍ଡା ପ୍ରଦାନ କରାଯାଉଥିବା ବେଳେ ଭଟଲି ବ୍ଲକରେ ପ୍ରସୂତୀ ଓ ଗର୍ଭବତୀ ମହିଳାଙ୍କୁ ଅଣ୍ଡା ଦିଆଯାଉନଥିବା ଅଭିଯୋଗ ହୋଇଛି । ଭଟଲି ବ୍ଲକ ସିଡ଼ିପିଓ ନିୟତ୍ତୀ ଯୋଶୀ ଭଟଲି ବ୍ଲକର କୌଣସି ଆଙ୍ଗନବାଡିକର୍ମୀଙ୍କୁ ଅଣ୍ଡା ସପ୍ଲାଇ କରୁନଥିବାରୁ ଅଙ୍ଗନବାଡ଼ି କର୍ମୀମାନେ ମହିଳାଙ୍କୁ ଅଣ୍ଡା ଦେଉନଥିବା ଅଭିଯୋଗ ହୋଇଛି ।


ସରକାର ପ୍ରତି ମାସରେ ପ୍ରସୂତୀ ମହିଳାଙ୍କୁ ମାସକୁ 12 ଗୋଟି ଲେଖାଏଁ ଅଣ୍ଡା ପ୍ରଦାନ କରୁଥିବା ବେଳେ ଭଟଲି ବ୍ଲକରେ ରହିଥିବା 172 ଗୋଟି ଅଙ୍ଗନବାଡ଼ି ସେଣ୍ଟରରେ ଗତ 9ମାସ ହେଲା ଅଣ୍ଡା ଦେବା ବନ୍ଦ କରିଦିଆଯାଇଛି । ତେବେ ପ୍ରତ୍ୟେକ ଅଙ୍ଗନବାଡ଼ି ସେଣ୍ଟରରେ ହାରାହାରି 20 ଲେଖାଏଁ ପ୍ରସୂତୀ ଓ ଗର୍ଭବତୀ ମହିଳା ଥିବାବେଳେ ମାସକୁ ସମୁଦାୟ 41 ହଜାର 220 ଗୋଟି ଅଣ୍ଡା ଦିଆଯାଇଥାଏ । ଦୀର୍ଘ 9 ମାସରେ 3 ଲକ୍ଷ 71 ହଜାର 520 ଗୋଟି ଅଣ୍ଡା ଆଦୌ ଦିଆଯାଇନଥିବା ଅଭିଯୋଗ ଆଣିଛନ୍ତି ଡୁମାଲପାଳି ଗ୍ରାମର ପୂର୍ବତନ ସରପଞ୍ଚ ମହେନ୍ଦ୍ରୀ ଶତପଥୀ ।


ଏହି ଅଣ୍ଡା ଘୋଟାଲାରେ 18 ଲକ୍ଷରୁ ଅଧିକ ଟଙ୍କାର ହେରଫେର କରାଯାଇଥିବା ସନ୍ଦେହ କରାଯାଉଛି । ଯାହାର ସଠିକ୍ ତଦନ୍ତ କରାଗଲେ ପ୍ରକୃତ ଘଟଣା ସାମ୍ନାକୁ ଆସିବ ।


ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details