ବରଗଡ: କୋରୋନା ପରି ମହାମାରୀ ସମୟରେ ବରଗଡ ଜିଲ୍ଲାରେ ପ୍ରଶାସନର ଅସଲ ମୁଖା ଖୋଲିଛି । ଜିଲ୍ଲାରେ ବହୁ ଗରିବ ଓ ଦୁଃଖୀ ଦରିଦ୍ର ରହିଥିବାବେଳେ ପ୍ରକୃତ ହିତାଧିକାରୀଙ୍କୁ ମିଳୁନି ରାସନ କାର୍ଡ । ଦଳୀୟ ଅଯୋଗ୍ୟ ଲୋକଙ୍କୁ ରାସନ ଓ ବିପିଏଲ କାର୍ଡ ଧରାଇ ଦିଆଯାଇଥିବା ଅଭିଯୋଗ କରିଛି ଜିଲ୍ଲା ବିଜେପି ।
ଏନେଇ ବରଗଡ ଯୋଗାଣ ଅଧିକାରୀଙ୍କ ନିକଟରେ ଦାବି କରିଛି ଦଳ । ମହାମାରୀ ସମୟରେ ଜିଲ୍ଲାର ପ୍ରକୃତ ହିତାଧିକାରୀଙ୍କୁ ଚିହ୍ନଟ କରି ସେମାନଙ୍କୁ ରାସନ କାର୍ଡ ଯୋଗାଇ ଦେବାକୁ ଦଳ ଦାବି କରିଛି । ପ୍ରତ୍ୟେକ ଗରିବ ପରିବାରକୁ ଖାଦ୍ୟ ସାମଗ୍ରୀ ଯୋଗାଣ ପାଇଁ ରାସନ କାର୍ଡ ପ୍ରଦାନ କରାଯାଉ । ଏଥିରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ନରହୁ । ରାସନ କାର୍ଡ ସକ୍ରିୟ ହେବା ମାତ୍ରେ ହିତାଧିକାରୀଙ୍କୁ ଖାଦ୍ୟସାମଗ୍ରୀ ଯୋଗାଇ ଦେବାକୁ ବିଜେପି ଦାବି କରିଛି ।