ଓଡିଶା

odisha

ETV Bharat / state

ଭୋଟଦେଲେ ଦେବେଶ ଆଚାର୍ଯ୍ୟ

ବରଗଡ ବିଧାନସଭା ଆସନରୁ ଏଥର ବିଜେଡି ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି ଦେବେଶ ଆଚାର୍ଯ୍ୟ। ନିର୍ବାଚନରେ ଭାଗନେବା ପାଇଁ ସେ ଭୋଟରଙ୍କୁ ଅନୁରୋଧ କରିଛନ୍ତି।

By

Published : Apr 18, 2019, 2:58 PM IST

ଫଟୋ ସୌଜନ୍ୟ:ସମ୍ବାଦଦାତା, ବରଗଡ

ବରଗଡ: 2019 ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି। ଏଥର ରାଜ୍ୟରେ 5 ଲୋକସଭା ଏବଂ 35 ବିଧାନସଭ ଆସନ ପାଇଁ ହେଉଛି ଭୋଟଗ୍ରହଣ। ଏହା ମଧ୍ୟରେ ରହିଛି ବରଗଡ ନିର୍ବାଚନମଣ୍ଡଳୀ। ଉଭୟ ଲୋକସଭା ଏବଂ ବିଧାନସଭା ପାଇଁ ଏଠାରେ ହେଉଛି ଭୋଟ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ବରଗଡ

ବରଗଡ ବିଧାନସଭା ଆସନରୁ ଏଥର ବିଜେଡି ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି ଦେବେଶ ଆଚାର୍ଯ୍ୟ। ଏହି ଅବସରରେ ସେ ନିର୍ବାଚନରେ ଭାଗନେବା ପାଇଁ ସ୍ଥାନୀୟ ଜନସାଧାରଣକୁ ଅନୁରୋଧ କରିଛନ୍ତି। ଆଗାମୀ 5 ବର୍ଷ ପାଇଁ ନୂଆ ସରକାର ଗଠନରେ ଲୋକେ ସହଯୋଗ କରନ୍ତୁ।

ବରଗଡରୁ ରାଜେଶ ସରାପ, ଈଟିଭି ଭାରତ

ABOUT THE AUTHOR

...view details