ବରଗଡ: ସମଗ୍ର ଦେଶ କୋରୋନା ଭୂତାଣୁକୁ ନେଇ ଚିନ୍ତାରେ ପଡିଯାଇଥିବା ବେଳେ ଏହି ଭୂତାଣୁର ମୁକାବିଲା ପାଇଁ ସାରା ଦେଶରେ ଆଜି ଜନତା କର୍ଫ୍ୟୁ ଜାରି ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ଜନତା କର୍ଫ୍ୟୁ ଆହ୍ବାନକୁ ଦେଶବାସୀ ସମର୍ଥନ ଜଣାଇଥିବା ବେଳେ ବରଗଡବାସୀ ମଧ୍ୟ ଏହାକୁ ସମର୍ଥନ ଜଣାଇଛନ୍ତି ।
ବରଗଡରେ ସଫଳତାର ସହ ଜନତା କର୍ଫ୍ୟୁ ପାଳିତ
ବରଗଡରେ ସଫଳତା ଓ ଶାନ୍ତି ଶୃଙ୍ଖଳା ସହ ଜନତା କର୍ଫ୍ଯୁ ପାଳିତ । ସନ୍ଧ୍ୟା 5ଟାରେ ସମଗ୍ର ସହର ଘଣ୍ଟ, ଶଙ୍ଖ, ହୁଳହୁଳି, ତାଳି ଓ ଥାଳିର ଶବ୍ଦରେ କମ୍ପିଉଠିଥିଲା । ଅଧିକ ପଢନ୍ତୁ...
ବରଗଡ ଜିଲ୍ଲାର ଗାଁଠୁ ସହର ସମସ୍ତ ଆଜି ସ୍ବ-ଇଚ୍ଛାରେ ଗୃହବନ୍ଦୀ ହୋଇ ରହିଥିଲେ । ଏପରିକି ସହରର ସମସ୍ତ ରାସ୍ତା ଘାଟ ନିସ୍ତବ୍ଧ ରହିବା ସହ ଦୋକାନ ବଜାର ବନ୍ଦ ରହିଥିଲା । ସେହିପରି ଯାନବାହାନ ଚଳାଚଳ ମଧ୍ୟ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା । ମାତ୍ର ସନ୍ଧ୍ୟା 5ଟା ତମାମ ଦିନର ନିସ୍ତବ୍ଧକୁ ଭାଙ୍ଗି ଦେଇଥିଲା । ଘଣ୍ଟ, ଶଙ୍ଖ, ହୁଳହୁଳି, ତାଳି ଓ ଥାଳିର ଶବ୍ଦରେ କମ୍ପିଉଠିଥିଲା ସମଗ୍ର ସହର । ଏହି ଶଦ୍ଦ ଜନତା କର୍ଫ୍ୟୁକୁ ସମର୍ଥନ ଜଣାଇବା ସହ କୋରୋନା ମୁକାବିଲା ପାଇଁ ସହରବାସୀ ପ୍ରସ୍ତୁତ ଥିବା ନେଇ ଜଣାପଡିଥିଲା ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ