ଓଡିଶା

odisha

ETV Bharat / state

ଜଗଦଲପୁର ଥାନା ଅଧିକାରିଣୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ - ବରଗଡ ଜିଲ୍ଲା ଜଗଦଲପୁର ଥାନା

ପୋଲିସ ଅଧିକାରିଣୀ ସାଜିଛନ୍ତି ଗୁଣ୍ଡାଙ୍କ ରକ୍ଷା କବଚ । ଆଇନ କାନୁନ ଭାଙ୍ଗି ମାଫିଆଙ୍କୁ ସରକାରୀ ସମ୍ପତ୍ତି ଲୁଟିବାକୁ ସହଯୋଗ କରୁଥିବା ସାଂଘାତିକ ଅଭିଯୋଗ ଆସିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ

By

Published : Nov 7, 2019, 10:36 AM IST

ବରଗଡ: ବରଗଡ ଜିଲ୍ଲାରେ ଫେଲ ମାରିଛି ରାଜ୍ୟ ସରକାରଙ୍କ ‘5T ଏବଂ ମୋ ସରକାର‘ ଯୋଜନା | ସରକାରଙ୍କ ନିର୍ଦ୍ଦେଶକୁ ଖାତିର କରୁନାହାଁନ୍ତି ବରଗଡ ଜିଲ୍ଲା ଜଗଦଲପୁର ଥାନା ଅଧିକାରୀ | ସମସ୍ତ ନିୟମକୁ ଉଲ୍ଲଙ୍ଘନ କରୁଛନ୍ତି ପୋଲିସ ଅଧିକାରୀ ଏପରି ଗୁରୁତର ଅଭିଯୋଗ ଆସିଛି ଜଣେ ମହିଳା ପୋଲିସ ଅଧିକାରୀଙ୍କ ନାରେ । ଅଧିକାରୀ ଜଣଙ୍କ ଗୁଣ୍ଡା ମାଫିଆ ମାନଙ୍କୁ ପ୍ରଶୟ ଦେବା ସହିତ ରାଜ୍ୟ ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ବ ଲୁଟ କରିବାରେ ସହଯୋଗ କରୁଥିବା ସାଂଘାତିକ ଅଭିଯୋଗ ଆସିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ଅଭିଯୋଗ ଅନୁସାରେ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନାର ପୋଲିସ ଅଧିକାରୀଙ୍କ ନାମରେ ଅଭିଯୋଗ ନେଇ ବରଗଡ ଏସପି ପଦ୍ମିନୀ ସାହୁଙ୍କ ନିକଟକୁ ଆସିଥିଲେ ପୁଟୁକା ଗ୍ରାମବାସୀ । ଜଗଦଲପୁର ଥାନା ଅଞ୍ଚଳରେ ବ୍ୟାପକ ଚୂନପଥର ଓ ନଦୀବାଲି ବେଆଇନ ଭାବେ ଛତିଶଗଡକୁ ଚୋରା ଚାଲାଣ କରାଯାଉଛି । ସେହିପରି କାଠ ମାଫିଆ ଏବଂ ଗୁଣ୍ଡା ମାନଙ୍କ ଆତଙ୍କରାଜକୁ ଜଗଦଲପୁର ପୋଲିସ ସବୁ ଜାଣିସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ଗ୍ରାମବାସୀ ଅଭିଯୋଗରେ ଦର୍ଶାଇଛନ୍ତି ଏପରି ବେଆଇନ କାର୍ଯ୍ୟକଳାପ ବିରୋଧରେ ସ୍ଵର ଉଠାଇଲେ ସେମାନଙ୍କୁ ମାଡ ମାରିବା ସହ ଜେଲକୁ ପଠାଯାଉଛି । ଗୁଣ୍ଡା ମାଫିଆ ମାନଙ୍କୁ ପୋଲିସ ସୁରକ୍ଷା ଯୋଗାଉଛି ବୋଲି ଅଭିଯୋଗ କରିଛନ୍ତି । ଆଉ ଏହିସବୁ ବେଆଇନ କାର୍ଯ୍ୟରେ ଖୋଦ ଜଗଦଲପୁର ଥାନାଧିକାରୀ ସାମିଲ ଥିବା ଗ୍ରାମବାସୀ ବରଗଡ ଏସପି ପଦ୍ମିନୀ ସାହୁଙ୍କ ନିକଟରେ ଅଭିଯୋଗ କରିଛନ୍ତି ।


ଏବେ ଦେଖିବାର କଥା 5ଟି ମୋ ସରକାରକୁ ମାଧ୍ୟମରେ ବରଗଡ ଏସପି ଏହି ଘଟଣାରେ କଣ ପଦକ୍ଷେପ ନେଉଛନ୍ତି ଏବଂ ଗୁଣ୍ଡାଙ୍କ ସହ ମିଶି ଆଇନ ଭାଙ୍ଗୁଥିବା ଅଭିଯୋଗ ହୋଇଥିବା ଅଫିସରଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ।


ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details