ଓଡିଶା

odisha

ETV Bharat / state

ଆଗପରି ବିକ୍ରି ହେଉନାହିଁ ବାଉଁଶ ତିଆରି ସାମଗ୍ରୀ, ଚିନ୍ତାରେ ବେପାରୀ - bargarh

ଆଗଭଳି ଆଉ ବିକ୍ରି ହେଉନାହିଁ ବାଉଁଶ ତିଆରି ଭୁଗା , ଟୁପା ଓ ଅନ୍ୟାନ୍ୟ ସାମଗ୍ରୀ। ଫଳରେ ଦୁର୍ଦ୍ଦିନରେ ବରଗଡରେ ଥିବା ବାଉଁଶ ବେପାରୀ।

ଫଟୋ ସୌଜନ୍ୟ : ସମ୍ବାଦଦାତା, ବରଗଡ

By

Published : Feb 10, 2019, 2:50 PM IST

ବରଗଡ : ବଦଳୁଛି ସମୟ ଆଉ ତା ସହ ବଦଳୁଛି ଲୋକଙ୍କ ବଞ୍ଚିବାର ଶୈଳୀ। ପୁରୁଣା ଜିନିଷକୁ ଭୁଲି ଆଧୁନିକତାରେ ବୁଡିଯାଇଛନ୍ତି ଲୋକେ। ପ୍ଲାଷ୍ଟିକ ଦ୍ରବ୍ୟର ବହୁଳ ବ୍ୟବହାର ଏବେ ପଛରେ ପକାଇଦେଇଛି କାଠ, ବାଉଁଶ ଭଳି ବହୁ ପୁରାତନ ଜିନିଷକୁ। ଆଗଭଳି ଆଉ ବିକ୍ରି ହେଉନାହିଁ ବାଉଁଶ ତିଆରି ଭୁଗା , ଟୁପା ଓ ଅନ୍ୟାନ୍ୟ ସାମଗ୍ରୀ। ଫଳରେ ଦୁର୍ଦ୍ଦିନରେ ବରଗଡରେ ଥିବା ବାଉଁଶ ବେପାରୀ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, ବରଗଡ

ଦିନ ଥିଲା ଏହି ସମୟରେ ଚାରିଆଡେ ବାଉଁଶରେ ତିଆରି ବହୁ ସାମଗ୍ରୀର ବଜାରଟି ସତେ ଯେପରି ନୂଆ ବୋହୂଟିଏ ପରି ଦିଶୁଥିଲା। ଏବେ କିନ୍ତୁ ବଜାରରେ ଆଉ ଦେଖିବାକୁ ମିଳୁନାହିଁ ସେହି ଦୃଶ୍ୟ। ଜଙ୍ଗଲ ନଷ୍ଟ ହେବା ଯୋଗୁଁ ଆଉ ଉପଲବ୍ଧ ହୋଇପାରୁନି ବାଉଁଶ। ଯେଉଁ ଅଳ୍ପ ପରିମାଣରେ ବାଉଁଶ ମିଳୁଛି ବହୁ ଦାମରେ କିଣିବାକୁ ପଡୁଥିବାରୁ, ମଜୁରୀ ସହିତ ଗ୍ରାହକଙ୍କୁ ମହଙ୍ଗା ହୋଇଯାଉଛି ବାଉଁଶ ତିଆରି ସାମଗ୍ରୀ। ତେଣୁ ଯୁଗ ଯୁଗ ଧରି ଏହି ବେପାରରେ ନିଜପରିବାର ପୋଷଣ କରିଆସୁଥିବା ବେପାରୀ ଏବେ ଚିନ୍ତାରେ।

ବାଉଁଶ ଓ କାଠ ବେପାରୀ ମାନେ ଧୈର୍ଯ୍ୟହରା ନହୋଇ ପ୍ଲାଷ୍ଟିକ ଯୁଗ ସହିତ ତାଙ୍କର ସଂଘର୍ଷ ଜାରି ରଖିଛନ୍ତି ଏବଂ ଆଶା ବାନ୍ଧିଛନ୍ତି ଯେ ଦିନେ ନା ଦିନେ ପ୍ଲାଷ୍ଟିକ ବନ୍ଦ ହେବ ଏବଂ ପୁଣି ପୂର୍ବପରି ଲୋକେ ବାଉଁଶ ସାମଗ୍ରୀକୁ ଆପଣାଇବେ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details