ଓଡିଶା

odisha

ETV Bharat / state

ଲଗେଜ୍ ପାଇଁ ଲଙ୍କାକାଣ୍ଡ, ମହିଳାଙ୍କୁ ମରଣାତ୍ମକ ଆକ୍ରମଣ

ବରଗଡ଼ ରେଲୱେ ଷ୍ଟେସନରେ ଲଗେଜ ଉଠାକୁ ନେଇ ଉଗ୍ର ହୋଇଛି ଗଣ୍ଡଗୋଳ । ଚାରି ମହିଳାଙ୍କୁ ହୋଇଛି ମରଣାନ୍ତକ ଆକ୍ରମଣ ।

By

Published : Jun 18, 2019, 6:51 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ଼

ବରଗଡ଼: ରେଲୱେ ଷ୍ଟେସନରେ ଘଟିଛି ଏକ ଅଭାବନୀୟ ଘଟଣା। । ଛୋଟ କଥାକୁ ନେଇ ବଡ଼ କାଣ୍ଡ । ଘଟଣାରେ ଚାରିଜଣ ଯୁବକ 4 ଜଣ ମହିଳାଙ୍କ ସମେତ ଜଣେ ଗର୍ଭବତୀ ମହିଳାଙ୍କୁ ସଙ୍ଘବଦ୍ଧ ଆକ୍ରମଣ କରିଥିବା ଅଭିଯୋଗ ଥାନାରେ ପହଞ୍ଚିଛି ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ଼

ସୂଚନା ଅନୁଯାୟୀ ସୋମବାର ରାତି ପ୍ରାୟ୧୧ ଟା ୧୫ ମିନିଟ ସମୟରେ କୁରଲା ଭୁବନେଶ୍ବର ଏଲଟିଟି ଟ୍ରେନରେ ମୁମ୍ବାଇରୁ ବରଗଡ଼ ଆସିଥିଲେ ଭଟଲିର ସମୀର ଅଲ୍ଲୀ ଖାଁଙ୍କ ସମ୍ପର୍କୀୟ । ସମୀର ନିଜ ପରିବାରର ମହିଳା ମାନଙ୍କ ସହିତ ସେମାନଙ୍କୁ ନେବାପାଇଁ ପହଞ୍ଚିଥିଲେ ଷ୍ଟେସନରେ । କିନ୍ତୁ ସମ୍ପର୍କୀୟଙ୍କ ଲଗେଜ ଅଧିକ ଥିବାରୁ ସେ ଷ୍ଟେସନରେ ଥିବା ଟ୍ରଲିକୁ ବ୍ୟବହାର କରିଥିଲେ । ତେବେ ବିନା ଅନୁମତିରେ ଟ୍ରଲି କାହିଁକି ବ୍ୟବହାର କରିଥିବା ନେଇ ଜଣେ ବ୍ୟକ୍ତି ଅଭଦ୍ର ଭାଷାରେ ସମୀରଙ୍କୁ ଗାଳିଗୁଲଜ କରିଥିଲେ । ପରେ ଉକ୍ତ ବ୍ୟକ୍ତିଜଣଙ୍କ ଷ୍ଟେସନ ବାହାରେ ଥିବା ୧୫ ଜଣ ଯୁବକଙ୍କ ସହାୟତାରେ ସଂଘବଦ୍ଧ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ମହିଳା ମାନେ ଆକ୍ରମଣକାରୀଙ୍କୁ ଅଟକାଇବାକୁ ଚେଷ୍ଟାକରିଥିବା ବେଳେ ଆକ୍ରମଣକାରୀ ମାନେ ସମସ୍ତ ମହିଳାଙ୍କୁ ଆକ୍ରମଣ କରିଥିଲେ । ଏପରିକି ୫ ମାସର ଗର୍ଭବତୀ ଥିବା ଜଣେ ମହିଳାଙ୍କୁ ମଧ୍ୟ ଆକ୍ରମଣ କରିବାକୁ ପଛଘୁଞ୍ଚା ଦେଇନଥିଲେ । ଗର୍ଭବତୀ ମହିଳା ଜଣକ ଭାଗ୍ୟବଶତଃ ସୁସ୍ଥଥିବା ବେଳେ ଅନ୍ୟମାନେ ଆହତ ଅବସ୍ଥାରେ ବରଗଡ଼ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ତେବେ ବରଗଡ଼ ଭଳି ଶାନ୍ତିପ୍ରିୟ ଅଞ୍ଚଳରେ ମହିଳା ମାନଙ୍କୁ ଏପରି ମରଣାତ୍ମକ ଆକ୍ରମଣ କରିବା ଘଟଣାକୁ ସ୍ଥାନୀୟ ବୁଦ୍ଧିଜୀବୀମାନେ ନିନ୍ଦା କରାଛନ୍ତି ଏବଂ ଆକ୍ରମଣକାରୀଙ୍କୁ ଶୀଘ୍ର ଗିରଫ କରାଯାଉ ବୋଲି ଦାବିକରିଛନ୍ତି ।


ବରଗଡ଼ରୁ ରାଜେଶ ସରାପ୍, ଇଟିଭି ଭାରତ

ABOUT THE AUTHOR

...view details