ଓଡିଶା

odisha

ETV Bharat / state

ବରଗଡ଼ ମୁଖ୍ୟ ଡାକ୍ତରଖାନାରେ ଅବହେଳା ! ଗୋଟିଏ ଦିନରେ ଗଲା 3 ଜୀବନ - ଚିକିତ୍ସା ଅବହେଳା ଅଭିଯୋଗ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅବହେଳା କରାଯାଉଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ବରଗଡ଼ ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ଅବହେଳା ଅଭିଯୋଗ
ବରଗଡ଼ ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ଅବହେଳା ଅଭିଯୋଗ

By

Published : Apr 30, 2021, 8:56 AM IST

ବରଗଡ଼: ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା କ୍ଷେତ୍ରରେ ଅବହେଳା ହେଉଥିବା ଅଭିଯୋଗ ହୋଇଛି । ଅବହେଳା କାରଣରୁ ଡାକ୍ତରଖାନାରେ ଗୋଟିଏ ଦିନରେ 3 ଜଣଙ୍କର ମୃତ୍ୟୁ ଘଟିଛି । ଫଳରେ ଡାକ୍ତରଖାନାରେ ପରିସରରେ ଉତ୍ତେଜନା ଦେଖିବାକୁ ମିଳିଛି ।

ବରଗଡ଼ ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ଅବହେଳା ଅଭିଯୋଗ

ଡାକ୍ତରଖାନାରେ ଅବହେଳା ଯୋଗୁଁ ଗୋଟେ ଦିନରେ 3 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗର୍ଭବତୀ ମହିଳାଙ୍କର ଡାକ୍ତରଖାନା ସମ୍ମୁଖରେ ହିଁ ପ୍ରସବ ହୋଇଥିବା ପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଯାହା ଫଳରେ ଡାକ୍ତରଖାନା ପରିସରରେ ଦେଖାଦେଇଥିଲା ଉତ୍ତେଜନା । ଗୁରୁତର ଅବସ୍ଥାରେ ଜଣେ ରୋଗୀଙ୍କୁ ଡାକ୍ତରଖାନାକୁ ଅଣାଯାଇଥିବା ବେଳେ ସେପଟେ ଡାକ୍ତରଙ୍କୁ ନିକଟକୁ ଯିବା ପାଇଁ ରୋଗୀଙ୍କ ସମ୍ପର୍କୀୟଙ୍କୁ ଏମରଜେନସି ୱାର୍ଡରେ ଜଗିଥିବା ସିକ୍ୟୁରିଟି ଗାର୍ଡମାନେ ଅଟକାଇଥିବା ମଧ୍ୟ ଅଭିଯୋଗ ହୋଇଛି ।

ପ୍ରଥମେ କୋଭିଡ଼ ଟେଷ୍ଟ କରିବା ପରେ ଯାଇ ଭିତରକୁ ଅନୁମତି ଅଛି କହି ଚିକିତ୍ସାରେ 2 ଘଣ୍ଟା ବିଳମ୍ବ କରାଯାଇଥିବାରୁ ରୋଗୀଙ୍କ ମୃତ୍ୟୁ ଘଟିଛି । ଏହାପରେ ସମାନ ଘଟନା ଘଟିଥିଲା ଜଣେ ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ଏବଂ ସିକ୍ୟୁରିଟି ଗାର୍ଡଙ୍କ ଅମାନୁଷିକତା କାରଣରୁ ହସ୍ପିଟାଲ ବାରଣ୍ଡାରେ ହିଁ ଗର୍ଭବତୀ ମହିଳାଙ୍କ ପ୍ରସବ ହୋଇଥିଲା ।

ରାଜ୍ୟ ସରକାରଙ୍କ ଗାଇଡଲାଇନ ହିସାବରେ ଗୁରୁତର ରୋଗୀଙ୍କୁ ପ୍ରଥମେ ଚିକିତ୍ସା କରାଯିବ ଏବଂ ପରେ କୋଭିଡ଼ ପରୀକ୍ଷା କରିବାର ନିୟମ ରହିଥିବା ବେଳେ ସରକାରଙ୍କ ଗାଇଡଲାଇନକୁ ଖୋଦ ସରକାରୀ ଡାକ୍ତରଖାନାର କର୍ମଚାରୀମାନେ ଖାତିର କରିନାହାନ୍ତି । ତେବେ ବରଗଡ ଜିଲ୍ଲାରେ ସାଧାରଣ ରୋଗୀଙ୍କ ଚିକିତ୍ସାରେ ଯଦି ଏହିଭଳି ଅବହେଳା କରାଯାଉଛି ତାହାହେଲେ କୋଭିଡ଼ ରୋଗୀଙ୍କୁ କିଭଳି ଚିକିତ୍ସାରେ ଅବହେଳା କରାଯାଉଥିବ ତାହା ସ୍ପଷ୍ଟ ବାରି ହୋଇପଡିଛି ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details