ଓଡିଶା

odisha

By

Published : Feb 26, 2020, 6:03 PM IST

Updated : Feb 27, 2020, 9:15 PM IST

ETV Bharat / state

ତେଲେଙ୍ଗାନାରେ ବନ୍ଧା ପଡିଛନ୍ତି ବରଗଡର 35 ଦାଦନ,ମୁକୁଳିବାକୁ ଗୁହାରୀ

ତେଲେଙ୍ଗାନାରେ ବନ୍ଦୀ ବରଗଡ ଜିଲ୍ଲାର ୩୫ ଦାଦନ ଶ୍ରମିକ। ସେଠାରୁ ମୁକୁଳିବା ପାଇଁ ଦାଦନମାନେ ନିଜର ଭିଡିଓ ଜାରିକରି ରାଜ୍ୟ ସରକାରଙ୍କୁ ଗୁହାରି କରିଛନ୍ତି । ଅଧିକ ଖବର ପଢନ୍ତୁ...

migrant labour issue
ତେଲେଙ୍ଗାନାରେ ବନ୍ଧା ପଡିଛନ୍ତି ବରଗଡର 35 ଦାଦନ

ବରଗଡ: ପୁଣି ସାମନାକୁ ଆସିଲା ଦାଦନ ଦୁଃଖ। ବରଗଡ ଜିଲ୍ଲାର ଦାଦନ ଶ୍ରମିକ ତେଲେଙ୍ଗାନାରେ ବନ୍ଦୀ । ତେବେ ଭଲ ଦି ପଇସା କମାଇବା ଆଶାରେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଆସି 35 ଜଣ ଶ୍ରମିକ ଏବେ ବନ୍ଧା ପଡିଛନ୍ତି। ଏପଟେ ବନ୍ଧକ ଦାଦନମାନେ ନିଜର ଭିଡିଓ ଜାରିକରି ସେଠାରୁ ମୁକିଳିବା ପାଇଁ ରାଜ୍ୟ ସରକାରଙ୍କୁ ଗୁହାରି କରିଛନ୍ତି ।

ତେଲେଙ୍ଗାନାରେ ବନ୍ଧା ପଡିଛନ୍ତି ବରଗଡର 35 ଦାଦନ,ମୁକୁଳିବାକୁ ଗୁହାରୀ

ସୂଚନା ଅନୁଯାୟୀ, ବରଗଡ ଜିଲ୍ଲା ପାଇକମାଲ ବ୍ଲକ୍‌ ଅନ୍ତର୍ଗତ ଯୋଗୀନ୍ଦ୍ରନାଥପୁର ଗାଁର ୩୫ ଜଣ ଶ୍ରମିକ ଇଟା ଗଢ଼ିବା କାମ ପାଇଁ ଗତବର୍ଷ ଡିସେମ୍ବର ମାସରେ ତେଲେଙ୍ଗାନା ରାଜ୍ୟର ପଇଦାପଲ୍ଲୀ ଜିଲ୍ଲାକୁ ଯାଇଥିଲେ । ହେଲେ ସେଠାରେ ସେମାନଙ୍କୁ ଖାଦ୍ୟପେୟ ଦିଆଯାଉନଥିବା ବେଳେ କଠିନ ପରିଶ୍ରମ କରାଯିବା ସହିତ ମାଡ଼ ମାରି ଅତ୍ୟାଚାର କରାଯାଉଛି ।

ଏପରି ପରିସ୍ଥିତିରେ ସେମାନେ ନିଜ ଗ୍ରାମକୁ ଫେରିବାକୁ ଚାହିଁଲେ ମଧ୍ୟ ସେମାନଙ୍କୁ ଆସିବାକୁ ଦିଆଯାଉନାହିଁ। ଏହି ଶ୍ରମିକଙ୍କ ମଧ୍ୟରେ ୧୧ ଜଣ ଶିଶୁଙ୍କ ସମେତ ୩୫ ଜଣ ଶ୍ରମିକଙ୍କୁ ବନ୍ଦୀ କରି ରଖାଯାଇଥିବା ଏକ ଭିଡିଓ ସାମନାକୁ ଆସିଛି । ବନ୍ଦୀ ହୋଇଥିବା ଦାଦନ ଶ୍ରମିକ ମାନେ ବିଳମ୍ବିତ ରାତିରେ ଭିଡିଓ ତିଆରି କରି ସେମାନଙ୍କର ଦୁଃଖ ଶୁଣାଇଛନ୍ତି। ଏହାସହ ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କରିଛନ୍ତି ସେହି ଯମ ଯନ୍ତ୍ରଣାରୁ ନିସ୍ତାର ପାଇବାକୁ। ତେବେ ଏହି ଘଟଣାଟି ଜିଲ୍ଲା ପ୍ରଶାସନର ନଜରକୁ ଆସିବା ପରେ ଜିଲ୍ଲା ଶ୍ରମ ଅଧିକାରୀ ତତ୍ପରତା ଦେଖାଇଛନ୍ତି। ତେଲେଙ୍ଗାନରେ ବନ୍ଦୀ ଥିବା ଶ୍ରମିକଙ୍କୁ ଶୀଘ୍ର ଉଦ୍ଧାର କରାଯିବ ବୋଲି ଜଣାଇଛନ୍ତି |

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Last Updated : Feb 27, 2020, 9:15 PM IST

ABOUT THE AUTHOR

...view details