ଓଡିଶା

odisha

By

Published : Feb 1, 2020, 1:03 PM IST

Updated : Feb 1, 2020, 1:23 PM IST

ETV Bharat / state

ଧାନ କରି ଘାଣ୍ଟି ହେଲେ, ଏବେ ବରଗଡ ଚାଷୀଙ୍କ ଫୋକସରେ ପରିବା

ଓଡିଶାର ଭାତହାଣ୍ଡିରେ ହେଉଛି ପରିବା ଚାଷ । ଧାନ ଚାଷ ପରେ ନୂଆ ଲକ୍ଷ୍ୟରେ ବରଗଡ ଚାଷୀ । ସମଗ୍ର ରାଜ୍ୟରେ ଧାନ ଚାଷ କରି ସୁନାମ ଅର୍ଜନ କରିବା ପରେ ବର୍ତ୍ତମାନ ପରିବା ଚାଷ ଜିଲ୍ଲାର ଚାଷୀଙ୍କ ପ୍ରଥମ ପସନ୍ଦ ପାଲଟିଛି । ଅଧିକ ପଢନ୍ତୁ...

ଧାନ ପରେ ନୂଆ ରେକର୍ଡରେ ବରଗଡର ପରିବା ଚାଷୀ
ଧାନ ପରେ ନୂଆ ରେକର୍ଡରେ ବରଗଡର ପରିବା ଚାଷୀ

ବରଗଡ: ରାଜ୍ୟ ପାଇଁ ବରଦାନ ବରଗଡ ମାଟି । ଧାନ ଚାଷ କରି ସୁନାମ ଅର୍ଜନ କରିବା ପରେ, ନୂଆ ଲକ୍ଷ୍ୟରେ ଜିଲ୍ଲାର ପରିବା ଚାଷୀ । ଯେଉଁ ପରିମାଣରେ ଏଠାରେ ଧାନ ଚାଷ କରାଯାଉଥିଲା ସେହି ପରିମାଣରେ ଏବେ ପରିବା ଚାଷ କରାଯାଉଛି । ସରକାରଙ୍କ ଟୋକେନ ବ୍ୟବସ୍ଥାକୁ ନେଇ ଚାଷୀ ହଇରାଣ ହରକତର ସାମ୍ନା କରୁଥିବାରୁ ଏବେ ପରିବା ଚାଷ କରି ବେଶ 2 ପଇସା ଲାଭ ଅର୍ଜନ କରିପାରୁଛନ୍ତି ଚାଷୀ ।

ଧାନ ପରେ ନୂଆ ରେକର୍ଡରେ ବରଗଡର ପରିବା ଚାଷୀ

ଜିଲ୍ଲାରେ ପ୍ରାୟ ୬୦ % ଚାଷ ଜମି ରହିଥିବା ବେଳେ ଏଠାକାର ପ୍ରାୟ ୭୫ % ଲୋକ ଚାଷ ଉପରେ ନିର୍ଭର କରନ୍ତି । ଧାନ ଚାଷ 2ଲକ୍ଷ 4 ହଜାର 247 ହେକ୍ଟର ଜମିରେ କରାଯାଉଥିବାବେଳେ, ବର୍ତ୍ତମାନ 1ଲକ୍ଷ 44 ହଜାର 5ଶହ ହେକ୍ଟର ଜମିରେ ପରିବା ଚାଷ କରାଯାଉଛି । ଏପରିକି ମାତ୍ର 30 ହଜାର 343 ହେକ୍ଟର ଜମିରେ 4 ଲକ୍ଷ 24 ହଜାର 481 ମେଟ୍ରିକ ଟନ ପରିବା ଉତ୍ପାଦନ କରାଯାଇ ଏକ ନୂଆ ରେକର୍ଡ ହାସଲ କରିଛି ।

ଯଦ୍ବାରା ଆଖପାଖ ତଥା ପଡୋଶୀ ରାଜ୍ୟ ଛତିଶଗଡ ଓ ଝାଡଖଣ୍ଡକୁ ପରିବା ରପ୍ତାନୀ କରାଯାଇପାରୁଛି । ଏହା ସହ ପାଣିଛତ୍ର ଓ ବରହାଗୁଡା ଠାରେ ପ୍ରତିଦନ ଭୋର 3ଟାରୁ ଚାଷୀଙ୍କ ବଜାର ଲାଗିଥାଏ । ଯେଉଁଠି କି ବଲାଙ୍ଗୀର, ଅନୁଗୁଳ, ଝାରଖଣ୍ଡ, ଭୁବନେଶ୍ବରରୁ ବହୁ ପରିବା ବେପାରୀମାନେ ପହଞ୍ଚିଥାନ୍ତି ।

ଜିଲ୍ଲାର ଅଣଜଳସେଚିତ ଅଞ୍ଚଳରେ ଚାଷୀମାନେ ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ମୁଗ, ବିରି, କୋଳଥ, ଚିନାବାଦାମ, ଆଖୁ, ସୂର୍ଯ୍ୟମୁଖୀ ଚାଷ କରିଥାନ୍ତି । ଆଉ ଜଳସେଚିତ ଅଞ୍ଚଳରେ କୋବି, ବାଇଗଣ, ପୋଟଳ, ଆଳୁ ଭଳି ନାନା ପନିପରିବା ଚାଷ କରାଯାଇଥାଏ । ଧାନ ତୁଳନାରେ ଏବେ ଚାଷୀ ପରିବାର ଚାଷ ପ୍ରତି ମନବଳାଇଲେଣି । ଆଗକୁ ଯଦି ଏମାନଙ୍କୁ ପ୍ରତ୍ସୋହନ ମିଳେ ପରିବା ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡିବ ନାହିଁ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Last Updated : Feb 1, 2020, 1:23 PM IST

ABOUT THE AUTHOR

...view details