ବରଗଡ: ବର୍ଷାରେ ଅସ୍ଥାୟୀ ରାସ୍ତା ଭାଙ୍ଗି ଯାଇଥିବାରୁ ବରଗଡ଼ ସହରର ଏକ ମୁଖ୍ୟ ଅଂଶ ଅମ୍ବାପାଲି ୱାର୍ଡ ନମ୍ବର ୧୭ ବିଚ୍ଛିନ୍ନ ହୋଇଯାଇଛି । ଯାହା ଫଳରେ ସାଧାରଣ ଲୋକଙ୍କ ଯିବା ଆସିବା ବାଧାପ୍ରାପ୍ତ ହଉଛି । ପ୍ରତ୍ୟେକ ଦିନ ଅମ୍ବାପାଲି, ଡୁମ୍ବେରପାଲି , ସରସରା, ନିଲେଶ୍ଵର, ବରପାଲି ଓ ବିଜେପୁର ବ୍ଲକର ଲୋକମାନେ ଏହି ରାସ୍ତା ଦେଇ ବରଗଡ ସହରକୁ ଯିବା ଆସିବା କରିଥାନ୍ତି । ଫଳରେ ଲୋକେ ଗମନା ଗମନ ପାଇଁ ବହୁ ସମସ୍ୟା ଭୋଗୁଛନ୍ତି । ତେଣୁ ଏହି ରାସ୍ତାର ଅବସ୍ଥା ଠିକ ନହେବା ପର୍ଯ୍ୟନ୍ତ ଲୋକଙ୍କ ସୁବିଧା ପାଇଁ ବରଗଡ଼ରୁ ଅମ୍ବାପାଲିକୁ ସିଟି ବସ୍ ସମ୍ପ୍ରସାରଣ କରିବାକୁ ଆମ୍ ଆଦମୀ ପାର୍ଟି ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ଦେଇଛି ।
ବରଗଡରୁ ଅମ୍ବାପାଲିକୁ ସିଟି ବସ ଚଳାଚଳ ପାଇଁ ଦାବି - ବରଗଡ ଖବର
ବରଗଡରୁ ଅମ୍ବାପାଲିକୁ ସିଟି ବସ ଚଳାଚଳ ପାଇଁ ଦାବି । ଏପରି ଦାବି ଜିଲ୍ଲାପାଳଙ୍କ ନିଟକରେ କଲା ଆପ । ଅଧିକ ପଢନ୍ତୁ....
ବରଗଡରୁ ଅମ୍ବାପାଲିକୁ ସିଟି ବସ ଚଳାଚଳ ପାଇଁ ଦାବି
ପ୍ରତ୍ୟେକ ବର୍ଷ ଏହିପରି ବର୍ଷା ଋତୁରେ ଅସ୍ଥାୟୀ ରାସ୍ତା ଭାସି ଯାଉଥିବା ବେଳେ ସମୟ ପୂର୍ବରୁ ଜୀରା ବ୍ରିଜ ନିର୍ମାଣ ନହେବା ଏକ ବଡ ଷଡଯନ୍ତ୍ର ବୋଲି ଜିଲ୍ଳା ଆବାହକ ଭବାନୀ ସାହୁ କହିଛନ୍ତି । ତେଣୁ ବ୍ରିଜ ନିର୍ମାଣର ଅହେତୁକ ବିଳମ୍ବର ତଦନ୍ତ ସହ ଡିସେମ୍ବର ଶେଷ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ଆପ ଦାବି କରିଛି । ଗୋଟିଏ ସପ୍ତାହ ଭିତରେ ବସ ଚଳାଚଳ ନହେଲେ ଆନ୍ଦୋଳନ ଜୋରଦାର କରାଯିବ ବୋଲି ଚେତାବନୀ ଦିଆଯାଇଛି ।
ବରଗଡରୁ ରାଜେସ ସରାପ, ଇଟିଭି ଭାରତ