ଓଡିଶା

odisha

ETV Bharat / state

ରବି ଧାନ ସଂଗ୍ରହ ପାଇଁ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ

ରବି ଋତୁର ଧାନ ସଂଗ୍ରହ ପାଇଁ ଗୁରୁବାର ବରଗଡ ଜିଲ୍ଲାରେ ଭିଡିଓ କନଫେରେନ୍ସିଂ ଜରିଆରେ ଧାନ ସଂଗ୍ରହ ପ୍ରକ୍ରିୟାର ଜିଲ୍ଲାସ୍ତରୀୟ ବୈଠକ ହୋଇଯାଇଛି । ଅଧିକ ପଢନ୍ତୁ...

By

Published : Apr 23, 2020, 9:58 PM IST

ravi pady collection meeting, bargarh latest news, ravi paddy collection in bargarh, ravi paddy collection, ravi paddy collection in lockdown, ରବି ଧାନ ସଂଗ୍ରହ ପାଇଁ ବୈଠକ, ବରଗଡ ଲାଟେଷ୍ଟ ନ୍ୟୁଜ୍‌, ବରଗଡରେ ରବି ଧାନ ସଂଗ୍ରହ, ରବି ଧାନ ସଂଗ୍ରହ, ଲକଡାଉନରେ ରବି ଧାନ ସଂଗ୍ରହ
ରବି ଧାନ ସଂଗ୍ରହ ପାଇଁ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ

ବରଗଡ: ରବି ଋତୁର ଧାନ ସଂଗ୍ରହ ପାଇଁ ଗୁରୁବାର ଜିଲ୍ଲାରେ ଭିଡିଓ କନଫେରେନ୍ସିଂ ଜରିଆରେ ଧାନ ସଂଗ୍ରହ ପ୍ରକ୍ରିୟାର ଜିଲ୍ଲାସ୍ତରୀୟ ବୈଠକ ହୋଇଯାଇଛି । ଜିଲ୍ଲାର ବିଭିନ୍ନ ବ୍ଲକମାନଙ୍କରେ ଚାଷୀମାନେ ଉପସ୍ଥିତ ଥିବା ବେଳେ ବରଗଡ ଜିଲ୍ଲାପାଳଙ୍କ ଭିଡିଓ କନଫରେନ୍ସ ହଲରେ ଜିଲ୍ଲାପାଳ ଓ ବିଭାଗୀୟ ଅଧିକାରୀଙ୍କ ସମେତ ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ, ସାଂସଦ ସୁରେଶ ପୁଜାରୀ ଏବଂ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଉପସ୍ଥିତିରେ ଏହି ବୈଠକ ହୋଇଥିଲା ।

ଆସନ୍ତା ମେ ମାସର ପ୍ରଥମ ସପ୍ତାହରୁ ରବି ଋତୁର ଧାନ ସଂଗ୍ରହ କରାଯିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅଧିକ ଧାନ ମଣ୍ଡି ଖୋଲାଯିବ । ଏଥିସହିତ ପ୍ରତ୍ୟେକ ମଣ୍ଡିରେ ଦିନକୁ କେବଳ 30ଜଣ ଚାଷୀ ଧାନ ବିକ୍ରି କରିପାରିବେ । ଜୁନ 15 ସୁଦ୍ଧା ରବି ଋତୁର ସମସ୍ତ ଧାନ ସଂଗ୍ରହ ପ୍ରକ୍ରିୟା ଶେଷ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।

ରବି ଧାନ ସଂଗ୍ରହ ପାଇଁ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ

ଧାନ ଅମଳ ସମୟରେ ବିଭିନ୍ନ ରାଜ୍ୟରୁ ଶ୍ରମିକ ଓ ଧାନ କଟା ମେସିନର ଡ୍ରାଇଭରମାନଙ୍କ ସୁଅ ଛୁଟିଥାଏ । ମାତ୍ର ଚଳିତ ଥର ଜିଲ୍ଲାକୁ ଅନ୍ୟ ରାଜ୍ୟରୁ କେହି ପ୍ରବେଶ କରିପାରିବେ ନାହିଁ ଓ କେବଳ ରାଜ୍ୟ ଭିତରେ ଥିବା ଅନ୍ୟ ଜିଲ୍ଲାର ଶ୍ରମିକମାନେ ଯିବା ଆସିବା କରିପାରିବେ ବୋଲି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଜଣାଇଛନ୍ତି । ଅନ୍ୟପଟେ ବହୁ ଚାଷୀ ଲକଡାଉନ କାରଣରୁ ତାଙ୍କର ପଞ୍ଜୀକରଣ କରିପାରିନଥିବା ଯୋଗୁଁ ଚାଷୀଙ୍କ ପଞ୍ଜୀକରଣର ସମୟସୀମାକୁ ବଢାଇବା ପାଇଁ ଦାବି କରିଥିଲେ ଚାଷୀଗଣ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details