ଓଡିଶା

odisha

ଦୁଇ ଦିନିଆ ବରଗଡ ଗସ୍ତରେ 5ଟି ସଚିବ ଭିକେ ପାଣ୍ଡିଆନ

By

Published : Jun 26, 2023, 10:27 PM IST

ଅତାବିରା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନକୁ ପରିଦର୍ଶନ କରିବା ପରେ ବରଗଡ଼ ଟାଉନ ସ୍ଥିତ ନିଶାମଣି ହାଇସ୍କୁଲ ପଡିଆକୁ ଗସ୍ତ କରିଛନ୍ତି l ବରଗଡ଼ ପୌର ପରିଷଦ ଅନ୍ତର୍ଗତ ନିଶାମଣି ଉଚ୍ଚ ବିଦ୍ୟାଳୟ ଠାରେ ବିଭିନ୍ନ ସଂଗଠନ, ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ଏବଂ ବୁଦ୍ଧିଜୀବୀ ଜନସାଧାରଣଙ୍କ ସହିତ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିବା ସହିତ ଦାବି ପତ୍ର ଗ୍ରହଣ କରିଥିଲେ । ଅଧିକ ପଢନ୍ତୁ

ଦୁଇ ଦିନିଆ ବରଗଡ ଗସ୍ତରେ 5ଟି ସଚିବ ଭିକେ ପାଣ୍ଡିଆନ
ଦୁଇ ଦିନିଆ ବରଗଡ ଗସ୍ତରେ 5ଟି ସଚିବ ଭିକେ ପାଣ୍ଡିଆନ

ଦୁଇ ଦିନିଆ ବରଗଡ ଗସ୍ତରେ 5ଟି ସଚିବ ଭିକେ ପାଣ୍ଡିଆନ

ବରଗଡ: ବରଗଡ ଜିଲ୍ଲାକୁ ଦୁଇ ଦିନିଆ ଗସ୍ତରେ ଆସିଛନ୍ତି 5T ସଚିବ ଭିକେ ପାଣ୍ଡିଆନ । ଆଜି ସକାଳ 9 ଟା 50 ମିନିଟରେ ବରଗଡ ଜିଲ୍ଲାର ଅତାବିରା ବ୍ଲକ ସରଣ୍ଡାପାଳିକୁ 5ଟି ସଚିବ ଭିକେ ପାଣ୍ଡିଆନ ପହଞ୍ଚିଥିଲେ । ସରଣ୍ଡାର 5ଟି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟକୁ ପରିଦର୍ଶନ କରିବା ସହ ଜନସାଧାରଣ ଓ ଶିକ୍ଷକ ଶିକ୍ଷୟିତ୍ରୀ ତଥା ସ୍କୁଲର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ଛାତ୍ରଛାତ୍ରୀ ଙ୍କୁ ଭଲ ପାଠ ପଢି ଜୀବନରେ ବଡ ମଣିଷ ହେବା ପାଇଁ ଉପଦେଶ ଦେବା ସହିତ ନିଜ ସ୍ବପ୍ନକୁ ସାକାର କରିବା ପାଇଁ କଠିନ ପରିଶ୍ରମ ଜରୁରୀ ବୋଲି କହିଥିଲେ ।

ଏହାପରେ ଅତାବିରା ଏନଏସି ଅନ୍ତର୍ଗତ ସରଣ୍ଡାର (ଅଷ୍ଟଶମ୍ଭୁ) ବିଶ୍ଵେଶ୍ବର ମନ୍ଦିର, ଅତାବିରାର ମାଁ ଦୂର୍ଗା ମନ୍ଦିର, ଲଦେରପାଲିର ରଣେଶ୍ବର ରାମଚଣ୍ଡୀ ମନ୍ଦିର ପରିଦର୍ଶନ କରିବା ସହିତ ଉନ୍ନତିକରଣ ନିମିତ୍ତ ବହୁମୂଖୀ ବିକାଶ ଯୋଜନା ସମ୍ବନ୍ଧରେ ଟ୍ରଷ୍ଟ ସଦସ୍ୟମାନଙ୍କ ସହିତ ଆଲୋଚନା କରିଥିଲେ । ବିଭିନ୍ନ ମନ୍ଦିର, ମସଜିଦ, ଗୁରୁଦ୍ଵାର, କମ୍ୟୁନିଟି ସେଣ୍ଟର ଆଦିର ଦରଖାସ୍ତ ଗ୍ରହଣ କରିବା ସହିତ ଆଗାମୀ ୭ ଦିନ ମଧ୍ୟରେ ଏ ସବୁର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇ ଉନ୍ନତିକରଣ ପାଇଁ ଭଲ ଖବର ପାଇବେ ବୋଲି ଘୋଷଣା କରିଥିଲେ। ଚାଷୀ ମାନଙ୍କର ଆପତ୍ତି ଅଭିଯୋଗ ଥିଲେ, ତାହାକୁ ଅଗ୍ରାଧ‌ିକାର ଭିଭିରେ ସମାଧାନ କରାଯିବ ବୋଲି କହିଥିଲେ । ଆନନ୍ଦ କଲ୍ୟାଣ ମଣ୍ଡପ ଏବଂ ରାମଚଣ୍ଡୀ କଲ୍ୟାଣ ମଣ୍ଡପ ଠାରେ ସ୍ବୟଂ ସହାୟକ ଗୋଷ୍ଠୀ ମା' ମାନଙ୍କ ସହିତ ଆଲୋଚନା କରିବା ସହିତ ବିଭିନ୍ନ ସଂଗଠନର ଦାବି ପତ୍ର ଗ୍ରହଣ କରିଥିଲେ । ସ୍ବୟଂ ସହାୟକ ଗୋଷ୍ଠୀ ମା'ମାନଙ୍କ ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ବିନା ସୁଧରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେବା ସହିତ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ପ୍ରଦାନ କରିଥ‌ିବାର ସୂଚନା ଦେଇ ପ୍ରତ୍ୟେକ ମା' ମାନେ ତାଙ୍କର କାର୍ଯ୍ୟ ଦକ୍ଷତା ବୃଦ୍ଧି କରି ଋଣ ସହାୟତାର ସୁବିଧା ନେବା ପାଇଁ ପରାମର୍ଶ ଦେଇଥିଲେ ।

ଅତାବିରା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନକୁ ପରିଦର୍ଶନ କରିବା ପରେ ବରଗଡ଼ ଟାଉନ ସ୍ଥିତ ନିଶାମଣି ହାଇସ୍କୁଲ ପଡିଆକୁ ଗସ୍ତ କରିଛନ୍ତି l ବରଗଡ଼ ପୌର ପରିଷଦ ଅନ୍ତର୍ଗତ ନିଶାମଣି ଉଚ୍ଚ ବିଦ୍ୟାଳୟ ଠାରେ ବିଭିନ୍ନ ସଂଗଠନ, ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ଏବଂ ବୁଦ୍ଧିଜୀବୀ ଜନସାଧାରଣଙ୍କ ସହିତ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିବା ସହିତ ଦାବି ପତ୍ର ଗ୍ରହଣ କରିଥିଲେ । ତାପରେ ସମ୍ବଲପୁରୀ ବସ୍ତ୍ରାଳୟ ପରିଦର୍ଶନ କାର୍ଯ୍ୟକ୍ରମରେ ଯାଇ ବୁଣାକାରଙ୍କ ସହିତ ଭେଟି ସେମାନଙ୍କର ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ମୁଖ୍ୟମନ୍ତ୍ରୀ ମତେ ଆପଣମାନଙ୍କର ସୁଖ ଦୁଃଖ ବୁଝିବା ପାଇଁ ପଠାଇଛନ୍ତି ଏବଂ ମୁଁ ଏଠାକୁ ଆସିବା ପରେ ଆପଣମାନଙ୍କ ଠାରୁ ବହୁତ ଦରଖାସ୍ତ ପାଇଲି । ଏସବୁ ଦରଖାସ୍ତ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଅଣାଯାଇ ଉଚିତ ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ପରେ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି ରୋଗୀମାନଙ୍କର ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ୯୦ କୋଟି ବ୍ୟୟରେ ନିର୍ମାଣାଧୀନ କ୍ୟାନ୍ସର ହସ୍ପିଟାଲର ଅଗ୍ରଗତି କାର୍ଯ୍ୟର ସମୀକ୍ଷା କରିଥିଲେ । ବରଗଡ଼ ବ୍ଲକ କାର୍ଯ୍ୟାଳୟ ପରିସରରେ ଥ‌ିବା ମିଶନ ଶକ୍ତି କାଫେରେ ମଧ୍ୟାନ୍ନ ଭୋଜନ କରିବା ସହିତ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ଦ୍ବାରା ପ୍ରସ୍ତୁତ ମଧ୍ୟାନ୍ନ ଭୋଜନର ଭୂୟସୀ ପ୍ରଶଂସା କରିଥିଲେ ।

ପରେ ପରେ ବରପାଲିର ଷ୍ଟାଡିୟମ ଗ୍ରାଉଣ୍ଡରେ ଜନସାଧାରଣ, ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ସମ୍ବୋଧ କରି କହିଥିଲେ ସ୍ଵୟଂ ସହାୟକ ଗୋଷ୍ଠୀ ର୍ମାମାନଙ୍କୁ ସଶକ୍ତ କରିବା ସହିତ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିଛି । ଏଠାରେ ମଧ୍ୟ ବିଭିନ୍ନ ସଂଗଠନ ଠାରୁ ଦାବିପତ୍ରଗ୍ରହଣ କରିବା ସହିତ ସ୍ବଭାବ କବି ଗଙ୍ଗାଧର ମେହେରଙ୍କର କବି କୂଟୀର ପରିଦର୍ଶନ କରି ଉନ୍ନତିକରଣ ପାଇଁ ଗଙ୍ଗାଧର ସାହିତ୍ୟ ପରିଷଦର ସଦସ୍ୟ ଓ ଉପସ୍ଥିତ ବୁଦ୍ଧିଜୀବୀମାନଙ୍କ ସହିତ ଆଲୋଚନା କରିଥିଲେ । ବରଗଡ଼ ବ୍ଲକର ଶହୀଦ ମାଧୋ ସିଂ ଛକ (ହଳଦୀପାଲି) ନିକଟସ୍ଥ ରଣେଶ୍ବର ରାମଚଣ୍ଡୀ ମନ୍ଦିର, ତୁରୁଙ୍ଗାର ବୈଷ୍ଣବୀ ଦେବୀ ମନ୍ଦିର ପରିଦର୍ଶନ କରି ଉନ୍ନତିକରଣ କାର୍ଯ୍ୟ ବୁଲି ଦେଖ‌ିବା ସହିତ ଆଗକୁ ଏହାକୁ କିପରି ପର୍ଯ୍ୟଟନ କ୍ଷେତ୍ର ଭାବରେ ବିକଶିତ କରାଯାଇ ପାରିବ ସେ ଉପରେ ଗୁରୁତ୍ଵ ଦିଆଯିବ ବୋଲି କହିଥିଲେ । ସନ୍ଧ୍ୟାରେ ବରଗଡ଼ ନିଶାମଣି ପଡ଼ିଆ ଠାରେ ହଜାର ହଜାର ସ୍ବୟଂ ସହାୟକ ଗୋଷ୍ଠୀର ମା'ମାନେ 5T ସଚିବଙ୍କୁ ଫୁଲ, ଶଙ୍ଖ ଏବଂ ହୁଳହୁଳି ମାଧ୍ୟମରେ ଭବ୍ୟ ସ୍ବାଗତ କରିଥିଲେ । ମୁଖ୍ୟମନ୍ତ୍ରୀ ମା' ମାନେ ଆଗକୁ ବଢିଲେ ଓଡିଶା ଆଗକୁ ବଢିବ ବୋଲି ସବୁବେଳେ କହନ୍ତି, ଖାଦ୍ୟଶସ୍ୟ ଉତ୍ପାଦନରେ ଓଡିଶା ବଳକା ରାଜ୍ୟ ହେବା ସହିତ ବର୍ତ୍ତମାନ ଚାଉଳ ରପ୍ତାନୀ କରୁଛି ଏବଂ ଏଥ‌ିରେ ବରଗଡ଼ ଜିଲ୍ଲାର ଭୂମିକା ବହୁତ ଗୁରୁତ୍ଵପୂର୍ଣ୍ଣ, ସେଥ‌ିପାଇଁ ମୁଖ୍ୟମନ୍ତ୍ରୀ ବରଗଡ଼ ଜିଲ୍ଲାକୁ ବହୁତ ଭଲ ପାଆନ୍ତି ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ ।

ଏହାପରେ ସ୍ଥାନୀୟ ମହିଳା ମହାବିଦ୍ୟାଳର ଛାତ୍ରଛାତ୍ରୀମାନଙ୍କ ସହିତ ଆଲୋଚନା କରି ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଭଲ ପାଠ ପଢିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଉପଦେଶ ଦିଆଯାଇଛି ବୋଲି କହିଥିଲେ । ଯୋଗ ବ୍ୟାୟାମ ଓ ଧ୍ୟାନ ଦ୍ବାରା ଶରୀର ଓ ମନକୁ ସୁସ୍ଥ ରଖ କଠିନ ଅଧ୍ୟବସାୟ ମାଧ୍ୟମରେ ନିଜର ଲକ୍ଷ୍ୟ ହାସଲ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣା ଦେଇଥିଲେ । ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମରେ ପାଣ୍ଡିଆନଙ୍କୁ ଜନ ସାଧାରଣ ଭବ୍ୟ ସ୍ବାଗତ କରିଥିବା ବେଳେ ବହୁ ସଂଖ୍ୟାରେ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା, ଶିକ୍ଷକ ଶିକ୍ଷୟିତ୍ରୀ, ବୁଦ୍ଧିଜୀବୀ, ବିଭିନ୍ନ ଅଧ୍ବକାରୀ ଓ କର୍ମଚାରୀ ଯୋଗ ଦେଇଥିଲେ ।

ଇଟିଭି ଭାରତ, ବରଗଡ

ABOUT THE AUTHOR

...view details