ଓଡିଶା

odisha

ETV Bharat / state

ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ସଚେତନତା ଶୋଭାଯାତ୍ରା

ଚଳିତ ଫେବୃଆରୀ ୦୪ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ୩୦ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳନ କରାଯାଉଛି । ବ୍ୟାପକ ଓ ବିସ୍ତୃତ ଭାବରେ ସଭା ସମିତି ଓ ଶୋଭାଯାତ୍ର କରି ଜନସଚେତନତା ଉପରେ ଗୁରୁତ୍ବ ଦିଆଯାଉଛି । ଏହି ପରିପ୍ରେଷୀରେ ବରଗଡ ସହରରେ ଅନୁଷ୍ଠିତ ହୋଇଯାଇଛି ଏକ ସଚେତନତା ଶୋଭାଯାତ୍ରା |

By

Published : Feb 9, 2019, 7:42 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ

ବରଗଡ: ଚଳିତ ଫେବୃଆରୀ ୦୪ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ୩୦ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳନ କରାଯାଉଛି । ବ୍ୟାପକ ଓ ବିସ୍ତୃତ ଭାବରେ ସଭା ସମିତି ଓ ଶୋଭାଯାତ୍ର କରି ଜନସଚେତନତା ଉପରେ ଗୁରୁତ୍ବ ଦିଆଯାଉଛି । ଏହି ପରିପ୍ରେଷୀରେ ବରଗଡ ସହରରେ ଅନୁଷ୍ଠିତ ହୋଇଯାଇଛି ଏକ ସଚେତନତା ଶୋଭାଯାତ୍ରା | ବରଗଡ ଜିଲ୍ଲାପାଳ ଇନ୍ଦ୍ରମଣି ତ୍ରିପାଠୀ ଓ ଆରକ୍ଷୀ ଅଧୀକ୍ଷକ ମୁକେଶ କୁମାର ଭାମୋ ସବୁଜ ପତାକା ଦେଖାଇ ଏହି ଶୋଭାଯାତ୍ରାର ଶୁଭାରମ୍ଭ କରିଛନ୍ତି |

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ଗୁରୁବାର ସ୍ଥାନୀୟ ଗୁରୁଦ୍ବାର ଛକ ନିକଟସ୍ଥ ପେଟ୍ରୋଲ ପମ୍ପଠାରୁ ଏକ ସଚେତନତା ରଥ ବାହାରି ସମଗ୍ର ବରଗଡ ସହର ପରିକ୍ରମା କରି ଜର୍ଜ ହାଇସ୍କୁଲ ଖେଳ ପଡିଆରେ ପର୍ଯ୍ୟନ୍ତ ପହଞ୍ଚିଥିଲା | ଏହି ସଚେତନତା ଶୋଭାଯାତ୍ରାରେ ସହରର ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ ଯୋଗଦାନ ଦେଇଥିଲେ | ମଦ ପିଇ ଗାଡି ନ ଚଳାଇବା, ଗାଡି ଚଳାଇବା ସମୟରେ ମୋବାଇଲ ବ୍ୟବହାର ନ କରିବା, ବାଇକ ଚଳାଇବା ସମୟରେ ସର୍ବଦା ହେଲମେଟ ବ୍ୟବହାର କରିବା ଆଦି ସଚେତନତା ବିଭିନ୍ନ ପ୍ଲାକାର୍ଡ ଓ ବ୍ୟାନର ମାଧ୍ୟମରେ ଲୋକଙ୍କୁ ସଚେତନତା କରିଥିଲେ ଛାତ୍ରଛାତ୍ରୀ |

ଆଞ୍ଚଳିକ ପରିବହନ ଅଧିକାରୀ କେଶବ ଚନ୍ଦ୍ର ନାଏକଙ୍କ ଅଧ୍ୟକ୍ଷତାରେ ସମଗ୍ର ଜିଲ୍ଲାରେ ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ କରାଯାଇ ସଡକ ସୁରକ୍ଷା ସପ୍ତାହ ପାଳନ କରାଯାଉଛି ।

ବରଗଡରୁ ରାଜେସ ସରାପ, ଇଟିଭି ଭାରତ


For All Latest Updates

ABOUT THE AUTHOR

...view details