ବରଗଡ:ଜିଲ୍ଲାରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଗୋଟିଏ ପରିବାରର 3 ଜଣ ସଦସ୍ୟ ବିଷାକ୍ତ ପଦାର୍ଥ ଖାଇ ଜୀବନ ହାରିବାକୁ ଉଦ୍ୟମ କରିଥିଲେ । ଫଳରେ ବେଳେ ପୁଅ ଓ ବିବାହିତା ଝିଅର ମୃତ୍ୟୁ ହୋଇଥିବା ଏବଂ ମା' ଗୁରୁତର ଥିବା ଜଣାପଡ଼ିଛି । ଗତ ୪ ଦିନ ତଳେ ଏହି ପରିବାରର ମୁଖ୍ୟଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଆଜି ହଠାତ ପୁରା ପରିବାର କାହିଁକି ଏଭଳି ଏକ ଚରମ ନିଷ୍ପତ୍ତି ନେଇଥିଲା ତାହା ଅସ୍ପଷ୍ଟ ରହିଛି । ସୂଚନା ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁଯାୟୀ ଆଜି(ରବିବାର) ସକାଳ 10ଟା ବେଳେ ବରଗଡ଼ ସୋହେଲା ସ୍ଥିତ ମାଷ୍ଟରପଡ଼ାରେ ଗୋଟିଏ ପରିବାରର 3 ସଦସ୍ୟ ବିଷାକ୍ତ ପଦାର୍ଥ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ନେଇ ସ୍ଥାନୀୟ ଲୋକେ ସୂଚନା ଦେଇଥିଲେ । ପରିବାରର ସମସ୍ତ ଗୁରୁତର ହେବା ଦେଖି ଆଖପାଖ ପଡୋଶୀ ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ସୋହେଲା ଡାକ୍ତରଖାନାକୁ ନେଇଥିଲେ । ସେଠାରେ ସମସ୍ତଙ୍କ ଅବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ବରଗଡ଼ ଓ ପରେ ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତର କରିଥିଲେ । ବୁର୍ଲାରେ ଚିକିତ୍ସାଧିନ ଅବସ୍ଥାରେ ଡାକ୍ତର ପୁଅ ଓ ଝିଅର ମୃତ ଘୋଷଣା କରଥିଲେ ।
ଏହା ମଧ୍ୟ ପଢନ୍ତୁ..ଅଶାନ୍ତ ଗଞ୍ଜାମ: ଗୋଟିଏ ଦିନରେ ୨ ଯୁବକଙ୍କୁ ହତ୍ୟା