ବରଗଡ:ସହରର ଜଣେବ୍ୟବସାୟୀଙ୍କ ବୋଲେରୋ ପିକଅପ ଗାଡି ଭିତରୁ ଲକ୍ଷାଧିକ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି । ଏନେଇ ବରଗଡ ଟାଉନ ଥାନାରେ ଏତଲା ଦେଇଛନ୍ତି ସମ୍ପୃକ୍ତ ବ୍ୟାପାରୀ । ସହରର ଧରମସାଲା ଛକ ନିକଟରେ ଏପରି ଘଟଣା ଘଟିଥିବା ସୂଚନା ମିଳିଛି ।
ମିଳିଥିବା ସୂଚନା ଅନୁସାରେ ବରଗଡ ଭେଡେନ ଗ୍ରାମର ଅଶୋକ ଅଗ୍ରୱାଲ ନାମକ ବ୍ୟବସାୟୀ ତାଙ୍କର କିରାନା ଦୋକାନର ସାମଗ୍ରୀ କ୍ରୟ କରିବାକୁ ତାଙ୍କ ଗାଡି ଡ୍ରାଇଭର ସହିତ 2 ଲକ୍ଷ 27 ହଜାର ଟଙ୍କା ସହ ବରଗଡକୁ ପଠାଇଥିଲେ । ଡ୍ରାଇଭର ଜଣକ ବୋଲେରୋ ଗାଡିରେ ଟଙ୍କା ରଖି ଲକ କରି କିରାନା ହୋଳସେଲ ଦୋକାନକୁ ସାମଗ୍ରୀ କିଣିବା ପାଇଁ ଯାଇଥିଲେ ।