ଓଡିଶା

odisha

ETV Bharat / state

କଠିନ ପରିଶ୍ରମରେ ସଫଳ କ୍ରୀଡ଼ାବିତ ଦୁଇ ଭଉଣୀ

ଲକ୍ଷ ଯେତେ ଉଚ୍ଚ ହୋଇଥାଉ ନା କାହିଁକି କଠିନ ଅଧ୍ୟବସାୟ ଆଉ ଦୃଢ ଇଛାଶକ୍ତି ବିନା ଏହା ସଫଳ ହୋଇନଥାଏ । ଆଉ ଦୃଢ ଇଛାଶକ୍ତି ଥିବା ମଣିଷ ହିଁ ନିଜ ଲକ୍ଷ୍ୟ ସ୍ଥଳ ରେ ପହଂଚି ସମାଜରେ ଜଣେ ସଫଳ ନାୟକ ଭାବେ ଆଦୃତ ହୁଏ । ଯାହାର ସଦ୍ୟ ଜ୍ବଳନ୍ତ ଉଦାହରଣ ହେଉଛନ୍ତି ବରଗଡ଼ ଭିଏସଏସ ନଗରର ଅନୁପମା ଓ ଅରୁଣା । ପଞନ୍ତୁ ସମ୍ପୂର୍ଣ୍ଣ ଖବର...

By

Published : Mar 19, 2020, 3:31 PM IST

successful-athlete-with-hard-work
successful-athlete-with-hard-work

ବରଗଡ଼: ମନର ଦୃଢ଼ ଇଛା ଶକ୍ତି ବଳରେ ମଣିଷ ବଡ଼ ଳକ୍ଷ୍ୟକୁ ପୂରଣ କରିପାରେ ଏହାର ଏକ ଜ୍ବଳନ୍ତ ଉଦାହରଣ ହେଉଛନ୍ତି ବରଗଡ ସହର ଭିଏସଏସ୍ ନଗରରେ ରହୁଥିବା ଦୁଇ ଭଉଣୀ ଅନୁପମା ଓ ଅରୁଣା । ଘରର ଆର୍ଥିକ ପରିସ୍ଥିତି ଭଲ ନଥିଲେ ବି ଇଛାଶକ୍ତି ଓ କଠିନ ପରିଶ୍ରମ ବଳରେ ଜାତୀୟ ମାଷ୍ଟର କ୍ରୀଡ଼ାରେ ଅନୁପମା ଓ ଅରୁଣା ପଦକ ଜିଣି ଗୌରବ ଆଣିଛନ୍ତି ।

କଠିନ ପରିଶ୍ରମରେ ସଫଳ କ୍ରୀଡ଼ାବିତ

ବରଗଡ଼ ସହର ଭିଏସଏସ ନଗର ୱାର୍ଡ଼ ନଂ ୯ର ବାସିନ୍ଦା ଉପେନ୍ଦ୍ର ଘିବେଲା ଓ ଲୟା ଘିବେଲାଙ୍କର ତିନି ଝିଅ ଓ ଗୋଟେ ପୁଅ | ଉଭୟ ସ୍ଵାମୀ ଓ ସ୍ତ୍ରୀ ତିନୋଟି ଝିଅ ପାଇଁ କେବେ ମଧ୍ୟ ଦୁଃଖିତ ନୁହନ୍ତି ବରଂ ତିନୋଟି କନ୍ୟା ସନ୍ତାନ ପାଇ ନିଜକୁ ଗର୍ବିତ ମନେ କରନ୍ତି | ତାଙ୍କର ତିନୋଟି ଯାକ ଝିଅ କୌଣସି ପୁଅ ଠାରୁ ମଧ୍ୟ କମ ନୁହଁନ୍ତି | ତିନି ଝିଅ ଖେଳକୁଦ ହେଉ ବା ନାଚଗୀତ ସବୁଥିରେ ପାରଙ୍ଗମ | ଝିଅମାନେ ଚାକିରୀ କରି ପରିବାରର ଆର୍ଥିକ ସ୍ଥିତିକୁ ସମ୍ଭାଳିଥିବା ସଙ୍ଗେସଙ୍ଗେ ଦୁଇ ଝିଅ କ୍ରୀଡ଼ା କ୍ଷେତ୍ରରେ ପାରଦର୍ଶିତା ଦେଖାଇ ରାଜ୍ୟ ତଥା ବରଗଡ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ।

ଚଳିତ ବର୍ଷ ଗୁଜୁରାଟର ବରୋଦାରେ ହୋଇଥିବା ଜାତୀୟ ମାଷ୍ଟର ଗେମରେ ଅନୁପମା ଘିବେଲା ଓ ଅରୁଣା ଘିବେଲା ପଦକ ଜିଣି କେବଳ ପରିବାର ପାଇଁ ନୁହେଁ ସମସ୍ତ ମହିଳା ମାନଙ୍କ ପାଇଁ ଗୌରବ ଆଣିଛନ୍ତି । ଅନୁପମା ଜାତୀୟ କ୍ରୀଡାରେ ୨୦୧୯ ମସିହାରେ ହାଇ ଜମ୍ପରେ ଗୋଲ୍ଡ ମେଡାଲ ପାଇଥିବା ବେଳେ ୨୦୨୦ରେ ସିଲଭର ମେଡାଲ ପାଇଛନ୍ତି । ସେହିପରି ଭଉଣୀ ଅରୁଣା ମଧ୍ୟ ଜାତୀୟ କ୍ରୀଡାରେ ୨୦୧୯ ମସିହାରେ ଜାଭିଲିନ ଥ୍ରୋ ରେ ଓଡିଶା ପାଇଁ ବ୍ରୋଞ୍ଜ ମେଡାଲ ଆଣିଥିବା ବେଳେ ୨୦୨୦ ମସିହାରେ ଟ୍ରିପଲ ଜମ୍ପରେ ସିଲଭର ଓ ଲଙ୍ଗ ଜମ୍ପରେ ବ୍ରୋଞ୍ଜ ପଦକ ଜିତିଛନ୍ତି | କେବଳ ସେତିକି ନୁହେଁ ଉଭୟ ଭଉଣୀ ଅନୁପମା ଓ ଅରୁଣା ୨୦୨୦ ଫେବୃୟାରି ୯ ରେ ବରୋଦା ଠାରେ ହୋଇଥିବା ଜାତୀୟ ମହିଳା ଫୁଟବଲ ପ୍ରତିଯୋଗିତାରେ ଭାଗନେଇ ଓଡିଶା ଦଳକୁ ବିଜୟୀ କରି ଗୋଲ୍ଡ ମେଡାଲ ହାସଲକରିଥିଲେ |

ତେବେ ଗୋଟେ ପରିବାରର ଉଭୟ ଭଉଣୀ ପ୍ରମାଣିତ କରିଦେଇଛନ୍ତି ଯେ ପ୍ରୋତ୍ସାହନ ମିଳିଲେ ମହିଳା ମାନେ ମଧ୍ୟ ସମସ୍ତ କ୍ଷେତ୍ରରେ ବହୁ ଆଗକୁ ଯାଇ ଦେଶର ନାମ ରଖିପାରିବେ | ମା, ବାପାଙ୍କ ଆଶୀର୍ବାଦ ଓ ଆଗକୁ ବଢିବାର ପ୍ରତ୍ସାହନ ସହିତ ପ୍ରବଳ ଇଚ୍ଛାଶକ୍ତି ଯୋଗୁଁ ଆଜି ଉଭୟ ଭଉଣୀ ଜିଲ୍ଲା, ରାଜ୍ୟ ଓ ଜାତୀୟ ସ୍ତରରେ ନିଜର ପ୍ରତିଭା ପ୍ରଦର୍ଶନ କରିପାରିଛନ୍ତି | ଆଗାମୀ ଦିନରେ ଟୋକିଓରେ ଅନ୍ତ୍ରଜାତୀୟ ମାଷ୍ଟର ଗେମ୍ ହେବାକୁଥିବା ବେଳେ ଜିଲ୍ଲା ପ୍ରଶାସନ କିମ୍ବା ରାଜ୍ୟ ସରକାଙ୍କ ତରଫରୁ ଏହି କ୍ରୀଡ଼ାବିତଙ୍କୁ ପ୍ରୋତ୍ସାହନ ମିଳିଲେ ଅରୁଣା ଓ ଅନୁପମା ରାଜ୍ୟ ପାଇଁ ଆହୁରି ଅନେକ ପଦକ ଜିତିବାର ସମ୍ଭାବନା ସଂଚାର ହେବାର ଆଶା ରହିଛି |

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details