ଓଡିଶା

odisha

ବରଗଡରେ ପୁଣି 2 କୋରୋନା ସଂକ୍ରମିତ ଚିହ୍ନଟ

ବରଗଡ ଜିଲ୍ଲାରେ ପୁଣି ଦୁଇଟି କୋରୋନା ସଂକ୍ରମିତ ମାମଲା ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। 2 ଜଣ ସଂକ୍ରମିତ ବରଗଡ ବ୍ଲକ କଟାପାଳି ଗ୍ରାମର ବୋଲି ଜଣାପଡିଛି ।

By

Published : Jun 20, 2020, 12:58 PM IST

Published : Jun 20, 2020, 12:58 PM IST

ବରଗଡରେ ପୁଣି 2 କୋରୋନା ସଂକ୍ରମିତ ଚିହ୍ନଟ
ବରଗଡରେ ପୁଣି 2 କୋରୋନା ସଂକ୍ରମିତ ଚିହ୍ନଟ

ବରଗଡ: ଓଡିଶାରେ ମହାମାରୀର ପରିସ୍ଥିତି ଧୀରେ ଧୀରେ ଜଟିଳ ହେଉଛି। ସବୁ ରାଜ୍ୟରେ କୋରୋନା କାୟା ବିସ୍ତାର କରିବା ପରେ ସଂକ୍ରମଣ ତାଲିକାରେ ଫୁଲଷ୍ଟପ୍ ପଡୁନି। ପ୍ରତ୍ୟେକ ଦିନ ଶହ ଶହ ସଂଖ୍ୟାରେ ନୂଆ ମାମଲା ଚିହ୍ନଟ ହେଉଛି।

ଶନିବାର ବରଗଡ ଜିଲ୍ଲାରେ ପୁଣି ଦୁଇଟି କୋରୋନା ସଂକ୍ରମିତ ମାମଲା ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। 2 ଜଣ ସଂକ୍ରମିତ ବରଗଡ ବ୍ଲକ କଟାପାଳି ଗ୍ରାମର ବୋଲି ଜଣାପଡିଛି । କଟାପାଳିରେ ପୂର୍ବରୁ ସଂକ୍ରମିତ ହୋଇଥିବା 76 ବର୍ଷର ବୃଦ୍ଧଙ୍କ ସଂସ୍ପର୍ଶରେ ଆସି ସେହି ଗ୍ରାମର ପୁଣି ଦୁଇ ଜଣ ସଂକ୍ରମିତ ହୋଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ କଟାପାଳି ଗ୍ରାମର 76 ବର୍ଷର ବୃଦ୍ଧ ଜଣକ କୋରୋନାରେ ସଂକ୍ରମିତ ହେବାର କିଛିଦିନ ପରେ ତାଙ୍କ ନିଜ ପରିବାରର 3 ଜଣ ସଂକ୍ରମିତ ହୋଇ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ତେବେ ଗ୍ରାମର ଜଣେ ପାନ ଦୋକାନୀଙ୍କ ଠାରେ ଏବଂ ଅନ୍ୟ ଜଣେ ବୃଦ୍ଧଙ୍କ ଠାରେ ମଧ୍ୟ ଲକ୍ଷଣ ଦେଖା ଦେବାପରେ ସେମାନଙ୍କର ସ୍ଵାବ ନମୁନା ସଂଗ୍ରହ କରାଯାଇଥିଲା, ଯାହାର ରିପୋର୍ଟ ପଜିଟିଭ୍ ଆସିଥିଲା ।

ତେବେ ଶନିବାର ଉଭୟ ସଂକ୍ରମିତଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ଗ୍ରାମର ପ୍ରଥମ କୋରୋନା ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାବେଳେ ତାଙ୍କର ବଞ୍ଚିବାର ଆଶା ଖୁବ କମ ବୋଲି ସୂଚନା ମିଳିଛି ।

ABOUT THE AUTHOR

...view details