ବରଗଡ: ବରଗଡ ରେଳ ଷ୍ଟେସନକୁ ଏକ ସ୍ଵତନ୍ତ୍ର ଶ୍ରମିକ ଟ୍ରେନ ଯୋଗେ ଆସି ୧୪୦୦ ପ୍ରବାସୀ ଶ୍ରମିକ ପହଞ୍ଚିଛନ୍ତି । ରାଜ୍ୟ ବାହାରେ ଥିବା ଶ୍ରମିକଙ୍କୁ ନେଇ ଏକ ସ୍ବତନ୍ତ୍ର ପ୍ରବାସୀ ଟ୍ରେନ ବରଗଡ଼କୁ ପହଞ୍ଚିବାପରେ ସମସ୍ତ ଶ୍ରମିକଙ୍କୁ ନିଜ ନିଜର ବ୍ଲକରେ ଥିବା କ୍ବାରେଣ୍ଟାଇନ ସେଣ୍ଟରକୁ ବିଭିନ୍ନ ବସ ଜରିଆରେ ଜିଲ୍ଲା ପ୍ରଶାସନ ପଠାଇଛି ।
ସ୍ଵତନ୍ତ୍ର ଟ୍ରେନରେ ଆସି ବରଗଡରେ ପହଞ୍ଚିଲେ ୧୪୦୦ ପ୍ରବାସୀ ଶ୍ରମିକ
ସ୍ଵତନ୍ତ୍ର ଟ୍ରେନ ଯୋଗେ ବରଗଡରେ ପହଞ୍ଚିଲେ ୧୪୦୦ ପ୍ରବାସୀ ଶ୍ରମିକ । ବସ ଯୋଗେ ନିଜ ନିଜ ବ୍ଲକ କ୍ବାରେଣ୍ଟାଇନ ସେଣ୍ଟର ଗଲେ । ଅଧିକ ପଢନ୍ତୁ...
ବରଗଡ଼ ରେଳ ଷ୍ଟେସନରେ ପ୍ରବାସୀଙ୍କୁ ନେଇ ଟ୍ରେନଟି ପହଞ୍ଚିବା ପରେ ବରଗଡର ବିଭିନ୍ନ ସମାଜସେବୀ ସଙ୍ଗଠନ ମାନେ ସମସ୍ତ ପ୍ରବାସୀ ମାନଙ୍କୁ ଖାଦ୍ଯ ଓ ପାନୀୟ ଯୋଗାଇଦେଇଥିଲେ । ଜିଲ୍ଲାର ବିଭିନ୍ନ ବ୍ଲକକୁ ବସ ଯୋଗେ ସମସ୍ତ ଶ୍ରମିକଙ୍କୁ ନେବାର ବ୍ୟବସ୍ଥା କରାଯାଇଥିଲା ।ତେବେ ଶ୍ରମିକଙ୍କୁ ନେବା ସମୟରେ ବରଗଡ ସହରରେ ସେହି ରାସ୍ତା ଦେଇ ୧୪୪ ଧାରା ଲାଗୁ କରାଯାଇଥିଲା । ବିକାଶ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲରୁ ଘରୋଇ ବସଷ୍ଟାଣ୍ଡ ଏବଂ ଘରୋଇ ବସଷ୍ଟାଣ୍ଡରୁ ରେଳ ଷ୍ଟେସନ ପର୍ଯ୍ୟନ୍ତ ଅଞ୍ଚଳରେ ଶନିବାର ଅପରାହ୍ନ ୨ଟାରୁ ରବିବାର ସକାଳ ୬ଟା ପର୍ଯ୍ୟନ୍ତ ୧୪୪ ଧାରା ଲାଗୁରହିଛି ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ