ଓଡିଶା

odisha

ନିର୍ବାଚନ ଲଢ଼ିବେ କି ଯୁବ ନେତା ବିକ୍ରମ? ବାଲେଶ୍ବରରେ ପଦଯାତ୍ରା କରି ନେଲେ ଲୋକଙ୍କ ଆଶୀର୍ବାଦ

2024 Assembly Election: ଚଳିତ ବର୍ଷ ସାଧାରଣ ନିର୍ବାଚନ ଲଢିବେ ଯୁବନେତା ବିକ୍ରମ ପଣ୍ଡା । ବାଲେଶ୍ବରରେ ପଦଯାତ୍ରା ମାଧ୍ୟମରେ କଲେ ପ୍ରଚାର । ଅଧିକ ପଢନ୍ତୁ,

By ETV Bharat Odisha Team

Published : Jan 4, 2024, 1:45 PM IST

Published : Jan 4, 2024, 1:45 PM IST

Updated : Jan 4, 2024, 4:30 PM IST

ଯୁବତ ନେତା ବିକ୍ରମ
2024 Assembly Election

youth leader bikram panda

ବାଲେଶ୍ବର: ପାଖେଇ ଆସୁଛି ସାଧାରଣ ନିର୍ବାଚନ । ଏବେଠାରୁ ବାଲେଶ୍ବରରେ ସରଗରମ ହେଲାଣି ପ୍ରଚାର ମଇଦାନ । ସଦର ବିଧାନସଭା ନିର୍ବାଚନ ମଣ୍ଡଳୀର ଯୁବନେତା ବିକ୍ରମ ପଣ୍ଡା ପ୍ରଚାର ଆରମ୍ଭ କରିଛନ୍ତି । ନିଜ ନିର୍ବାଚନ ମଣ୍ଡଳୀର ବିଭିନ୍ନ ୱାର୍ଡରେ ଘରକୁ ଘର ବୁଲି ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି । ବୁଧବାର ପୁରୁଣା ବାଲେଶ୍ବରସ୍ଥିତ ବାଣେଶ୍ୱର ମନ୍ଦିର ଠାରୁ ସେ ଆଶୀର୍ବାଦ ଭିକ୍ଷା ଅଭିଯାନ ଓ ପରିବର୍ତ୍ତନ ପଦଯାତ୍ରା ଆରମ୍ଭ କରିଥିଲେ । ନିଜ ସମର୍ଥକମାନଙ୍କ ସହ ସେ ପ୍ରଚାର କରିଥିଲେ । ବାଲେଶ୍ବର ସଦର ବିଧାନସଭା ନିର୍ବାଚନ ମଣ୍ଡଳୀର ସାମଗ୍ରିକ ଓ ପାରିପାର୍ଶ୍ବିକ ବିକାଶ ପାଇଁ ଏହି ପଦ ଯାତ୍ରାର ଶୁଭାରମ୍ଭ କରାଯାଇଥିବା କହିଛନ୍ତି ବିକ୍ରମ ପଣ୍ଡା ।

ଆସନ୍ତା ୨୦୨୪ ନିର୍ବାଚନରେ ସେ ବାଲେଶ୍ବର ସଦରରୁ ବିଧାୟକ ପ୍ରାର୍ଥୀ ଭାବେ ଲଢିବେ । କିନ୍ତୁ ସେ କେଉଁ ଦଳରୁ ପ୍ରାର୍ଥୀ ହେବେ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ କରିନାହାନ୍ତି । ଆଗାମୀ ଦିନରେ ପ୍ରତି ୱାର୍ଡ ଏବଂ ପଞ୍ଚାୟତରେ ଏହିଭଳି କାର୍ଯ୍ୟକ୍ରମ କରାଯାଇ ଲୋକଙ୍କୁ ସିଧାସଳଖ ଭେଟି ତାଙ୍କ ସୁବିଧା ଓ ଅସୁବିଧା ସମ୍ପର୍କରେ ଅବଗତ ହେବେ ବିକ୍ରମ ପଣ୍ଡା । ଆଗାମୀ ୫ବର୍ଷ ପର୍ଯ୍ୟନ୍ତ ଲୋକଙ୍କ ସେବା କରିବାକୁ ତାଙ୍କୁ ସୁଯୋଗ ଦେବାକୁ ସେ ଓ ତାଙ୍କ ସମର୍ଥକ ସମସ୍ତଙ୍କୁ ଅନୁରୋଧ କରୁଥିବା ପଦଯାତ୍ରାରେ ଦେଖିବାକୁ ମିଳିଥିଲା। ସବୁଠୁ ବଡ଼କଥା ହେଲା ବିକ୍ରମ ଏବେ କୌଣସି ଦଳ ସହ ସିଧା ସଳଖ ଜଡ଼ିତ ନଥିବା ବେଳେ ନିଜର ସମର୍ଥକମାନଙ୍କୁ ନେଇ ଏମିତି ପ୍ରଚାର ଆରମ୍ଭ କରିଛନ୍ତି।

ଏହା ମଧ୍ୟ ପଢନ୍ତୁ-ବାଲେଶ୍ବରରେ ବହିଲାଣି ନିର୍ବାଚନୀ ହାୱା, ଜନଅଧିକାର ସମାବେଶରେ ଯୁବନେତାଙ୍କ ରଣହୁଙ୍କାର

ଅନ୍ୟପଟେ ସଦର ବିଧାୟକ ସ୍ୱରୂପ ଦାସଙ୍କୁ ବାରମ୍ବାର ଟାର୍ଗେଟ କରିବା ସହ ତାଙ୍କର କାର୍ଯ୍ୟଶୈଳୀରେ ସାଧାରଣ ଲୋକ ସନ୍ତୁଷ୍ଟ ନଥିବା ମଧ୍ୟ ସେ ଅଭିଯୋଗ କରିଥିଲେ। ତେବେ ଚଳିତ ବର୍ଷ ହେବାକୁ ଥିବା ନିର୍ବାଚନରେ ବିକ୍ରମ ପ୍ରତିଦ୍ବନ୍ଦି ପାଇଁ ପ୍ରାକ ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ପୂର୍ବଥର ଭଳି ଓହରିବେ ନା ଏଥର ଲଢ଼ିବେ ସେନେଇ ଅନେକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଗତ ବର୍ଷ ନଭେମ୍ବର ମାସରେ ବିକ୍ରମ ପଣ୍ଡାଙ୍କ ନେତୃତ୍ୱରେ ବାଲେଶ୍ୱରର ଗାନ୍ଧିସ୍ମୃତି ଭବନ ଠାରେ ଜନ ଅଧିକାର ସମାବେଶ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲାର 31ଟି ୱାର୍ଡର ଲୋକମାନେ ଯୋଗଦେଥିଲେ । ସମାବେଶରେ ବିକ୍ରମ ଆଗାମୀ 2024 ନିର୍ବାଚନର ମଇଦାନକୁ ଓହ୍ଲାଇବା ନେଇ ତାଙ୍କ ସମର୍ଥକମାନେ ଆହ୍ବାନ ଦେଇଥିଲେ।

ଇଟିଭି ଭାରତ, ବାଲେଶ୍ବର

Last Updated : Jan 4, 2024, 4:30 PM IST

ABOUT THE AUTHOR

...view details