ଓଡିଶା

odisha

ETV Bharat / state

ଜିଲ୍ଲା ପ୍ରଶାସନକୁ ସଜାଗ କଲେ ଯୁବକ

ବାଲେଶ୍ଵର ଜିଲ୍ଲା ପ୍ରଶାସନକୁ ସଜାଗ ପାଇଁ ଆହ୍ୱାନ ଦେଇଛନ୍ତି ଜଣେ ସଚେତନ ନାଗରିକ। ଅଧିକ ପଢନ୍ତୁ...

a youth aware  collector in balesore
ଜିଲ୍ଲା ପ୍ରଶାସନକୁ ସଜାଗ କଲେ ଯୁବକ

By

Published : Mar 29, 2020, 7:37 PM IST

ବାଲେଶ୍ଵର: ପ୍ରଶାସନକୁ ସଜାଗ କରାଇଲେ ସଚେତନ ନାଗରିକ । ବାଲେଶ୍ଵର ଜିଲ୍ଲା ପ୍ରଶାସନକୁ ସଜାଗ ପାଇଁ ଆହ୍ୱାନ ଦେଇଛନ୍ତି ଜଣେ ସଚେତନ ନାଗରିକ। ବେଳ ଥାଉ ଥାଉ ପ୍ରଶାସନ ସଚେତନ ନହେଲେ ଆଗାମୀ ଦିନରେ ବାଲେଶ୍ଵରବାସୀଙ୍କୁ ଅନେକ କଷ୍ଟ ଭୋଗିବାକୁ ପଡିପାରେ ବୋଲି କହିଛନ୍ତି କୈଳାସଚନ୍ଦ୍ର ବେହେରା।

ଜିଲ୍ଲା ପ୍ରଶାସନକୁ ସଜାଗ କଲେ ଯୁବକ

ସେ କହିଛନ୍ତି, ଭୁବନେଶ୍ୱରରେ ତୃତୀୟ କରୋନା ପଜିଟିଭ ଚିହ୍ନଟ ପରେ ଏବେ ସରକାରଙ୍କୁ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକଙ୍କୁ ଚିହ୍ନଟ କରିବା କାର୍ଯ୍ୟ କଷ୍ଟସାଧ୍ୟ ହେଉଛି। ଉକ୍ତ ବ୍ୟକ୍ତି ଯେବେ କର କ୍ଲିନିକରେ ଚିକତ୍ସିତ ହେବାକୁ ଆସିଥିଲେ ସେତେବେଳେ କର କ୍ଲିନିକ ତାଙ୍କ ସମ୍ପର୍କରେ ସରକାରଙ୍କୁ ସୂଚିତ କରିଥିଲେ ହୁଏତ ବ୍ୟକ୍ତି ଜଣଙ୍କ ଏତେ ଲୋକଙ୍କ ସଂସ୍ପର୍ଶରେ ଆସି ନଥାନ୍ତେ ଓ ସରକାର ମଧ୍ୟ ଆଗୁଆ ସଚେତନ ହୋଇଥାନ୍ତେ।

ଠିକ ସେମିତି ବାଲେଶ୍ୱରରେ 40ରୁ ଉର୍ଦ୍ଧ୍ୱ ଘରୋଇ କ୍ଲିନିକ ଥିବାବେଳେ ଏବେ ସେଠାରେ ବାହାର ରାଜ୍ୟ କିମ୍ବା ଦେଶରୁ କେତେଜଣ ଚିକିତ୍ସିତ ହେଉଛନ୍ତି ସେ ବିଷୟରେ ଜିଲ୍ଲା ପ୍ରଶାସନ ରିପୋର୍ଟ ମାଗିବାର ସମୟ ଆସିଛି। ଏହାଛଡା ଘରୋଇ କ୍ଲିନିକ ଗୁଡିକରେ କେତେଜଣ ରୋଗୀ ଥଣ୍ଡା, ଜ୍ୱର ଭଳି ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଛନ୍ତି ସେ ବିଷୟରେ ମଧ୍ୟ ତଥ୍ୟ ଜିଲ୍ଲା ପ୍ରଶାସନ ହାସଲ କରିବା ଜରୁରୀ ହୋଇ ପଡିଛି।

ତେବେ ଏ ସମ୍ପର୍କରେ ଆମ ଇଟିଭି ଭାରତ ପ୍ରତିନିଧି ଫୋନ ଯୋଗେ ଉପଜିଲ୍ଲାପାଳ ନିଲୁ ମହାପାତ୍ରଙ୍କ ସହ କଥା ହେବା ପରେ ସେ ଏ ସମ୍ପର୍କରେ ଜିଲ୍ଲା ପ୍ରଶାସନର ବୈଠକରେ ଆଲୋଚନା କରିବେ ବୋଲି କହିଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details