ଓଡିଶା

odisha

ETV Bharat / state

ନ୍ୟାୟ ଦାବିରେ ଯୁବକଙ୍କ ଅନଶନ

ନ୍ୟାୟ ଦାବିରେ ବାଲେଶ୍ଵର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିଲେ ଜଣେ ଉଚ୍ଚ ଶିକ୍ଷିତ ଯୁବକ । ଯୁବକ ଜଣକ ହେଉଛନ୍ତି ଟାଉନଥାନା ଅଧିନ ବୈରାମନଗର ଅଞ୍ଚଳର ଦେବାଶିଷ ନାୟକ । ଅଧିକ ପଢନ୍ତୁ...

ନ୍ୟାୟ ଦାବିରେ ଯୁବକଙ୍କ ଅନଶନ
ନ୍ୟାୟ ଦାବିରେ ଯୁବକଙ୍କ ଅନଶନ

By

Published : Feb 18, 2021, 2:25 PM IST

ବାଲେଶ୍ବର: ନ୍ୟାୟ ଦାବିରେ ବାଲେଶ୍ଵର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିଲେ ଜଣେ ଉଚ୍ଚ ଶିକ୍ଷିତ ଯୁବକ । ଯୁବକ ଜଣକ ହେଉଛନ୍ତି ଟାଉନଥାନା ଅଧିନ ବୈରାମନଗର ଅଞ୍ଚଳର ଦେବାଶିଷ ନାୟକ । ତାଙ୍କ ଅଭିଯୋଗ ଅନୁସାରେ ତାଙ୍କ ବଡ ଭିଣୋଇ ବାପା ମା'ଙ୍କୁ ପ୍ରବର୍ତ୍ତାଇ ଟାଉନଥାନାରେ ମିଛ କେଶରେ ତାଙ୍କୁ ଫସାଇ ଦେଇଛନ୍ତି। ଟାଉନଥାନା ପୁଲିସ ସରକାରୀ ନୀତି ନିୟମକୁ ଉଲ୍ଲଙ୍ଘନ କରି ସେହି ମିଛ କେଶ ଆଳରେ ଦେବାଶିଷଙ୍କୁ କୌଣସି କାରଣ ନ ଦର୍ଶାଇ ଓ ବିନା ନୋଟିସରେ ଉଠାଇ ଆଣିବା ସହ ଥାନାରେ ନିର୍ଯାତନା ଦେଇଥିଲା ବୋଲି ଦେବାଶିଷ ଅଭିଯୋଗ କରିଛନ୍ତି।

ନ୍ୟାୟ ଦାବିରେ ଯୁବକଙ୍କ ଅନଶନ

ଦେବାଶିଷ ନିଜ ଅଭିଯୋଗ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ,ରାଜ୍ୟପାଳ,ବାଲେଶ୍ଵର ଜିଲ୍ଲାପାଳ, ମାନବାଧିକାର କମିଶନଙ୍କୁ କିଛି ମାସ ତଳେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ତାଙ୍କୁ ନ୍ୟାୟ ମିଳିନଥିବାରୁ ସେ ଆମରଣ ଅନଶନରେ ବସିଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details