ଓଡିଶା

odisha

ETV Bharat / state

ମଦମୁକ୍ତ ପଞ୍ଚାୟତ ପାଇଁ ମହିଳାଙ୍କ ଆନ୍ଦୋଳନ - ମହିଳା ମାନେ କଲେ ବିକ୍ଷୋଭ ପ୍ରଦର୍ଶନ

ପଞ୍ଚାୟତରେ ମଦକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ମହିଳାମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ହାତରେ ପୋଷ୍ଟର ବ୍ୟାନର ଧରି ପଞ୍ଚାୟତ ସାରା ବୁଲି ମଦ ବନ୍ଦ କରିବା ପାଇଁ ଦାବି କରିଛନ୍ତି ।

ଫଟୋ ସୌଜନ୍ୟ : ସମ୍ବାଦଦାତା, ବାଲେଶ୍ବର

By

Published : Oct 30, 2019, 2:48 PM IST

ବାଲେଶ୍ଵର : ମଦ ବିରୋଧରେ ଗର୍ଜିଲେ ଶତାଧିକ ମହିଳା । ବାଲେଶ୍ବର ଜିଲ୍ଲା କଲ୍ୟାଣପୁର ପଞ୍ଚାୟତରେ ମହିଳାମାନେ ମଦ ବିରୋଧରେ ଆନ୍ଦୋଳନ କରିଛନ୍ତି ।କଲ୍ୟାଣପୁର ପଞ୍ଚାୟତରେ ବେଆଇନ ଭାବେ ମଦ ଦୋକାନ ଥିବାବେଳେ ବିଭିନ୍ନ ସମୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି।

ବାଲେଶ୍ବର ଜିଲ୍ଲା କଲ୍ୟାଣପୁର ପଞ୍ଚାୟତର ବିଭିନ୍ନ ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାମାନେ ପଞ୍ଚାୟତକୁ ସମ୍ପୂର୍ଣ୍ଣ ଭାବେ ମଦମୁକ୍ତ କରିବା ପାଇଁ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଶତାଧିକ ମହିଳା ହାତରେ ବ୍ୟାନର ଧରି ଗ୍ରାମ ପରିକ୍ରମା କରିବା ସହ ମଦ ବନ୍ଦ ପାଇଁ ବିକ୍ଷୋଭ କରିଥିଲେ। ଦିନକୁ ଦିନ ବଢି ଚାଲିଥିବା ବେଆଇନ ଓ ଚୋରା ମଦ ବେପାରୀଙ୍କ ରାଜ ବଢି ଚାଲିଥିବା ମହିଳାମାନେ ଅଭିଯୋଗ କରିଛନ୍ତି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, ବାଲେଶ୍ବର

ମଦକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରିବା ପାଇଁ ମହିଳାମାନେ ଦାବି କରିଛନ୍ତି । ଏ ଦିଗରେ ଜିଲ୍ଲା ପ୍ରଶାସନ ପଦକ୍ଷେପ ନନେଲେ ଆଗାମୀ ଦିନରେ ଜିଲ୍ଲାପାଳ ଅଫିସ ଘେରାଉ କରିବେ ବୋଲି ମହିଳାମାନେ ଚେତାବନୀ ଦେଇଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details