ଓଡିଶା

odisha

ETV Bharat / state

ବିପୁଳ ପରିମାଣରେ ମଦ ଜବତ, 4 ଗିରଫ

ଅବକାରୀ ବିଭାଗ ପକ୍ଷରୁ ଚଢାଉ । ବିପୁଳ ପରିମାଣର ମଦ ଜବତ, 4 ଗିରଫ । ବାଲେଶ୍ବରର ଲକ୍ଷ୍ମଣନାଥ ଓ ରାଇବଣିଆ ଅଞ୍ଚଳର ବିଭିନ୍ମ ସ୍ଥାନ ଚଢାଉ ହୋଇଥିଲା ।

By

Published : May 28, 2019, 2:56 PM IST

ଫଟୋ ସୌଜନ୍ୟ : ସମ୍ବାଦଦାତା,ବାଲେଶ୍ବର

ବାଲେଶ୍ଵର : ବାଲେଶ୍ବରର ବିଭିନ୍ନ ସ୍ଥାନରେ ଜଳେଶ୍ଵର ଅବକାରୀ ବିଭାଗ ପକ୍ଷରୁ ଚଢାଉ । ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ । ଘଟଣାରେ ୪ ଜଣ ଗିରଫ ହୋଇଥିବା ସୂଚନା ମିଳିଛି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ବାଲେଶ୍ବର

ଜିଲ୍ଲା ଅବକାରୀ ଅଧିକ୍ଷକ ରାଜେନ୍ଦ୍ର ଭଦ୍ରାଙ୍କ ନିର୍ଦ୍ଦେଶ କ୍ରମେ ହୋଇଥିଲା ଚଢାଉ । ଆଇଆଇସି ଉଦେଲାଲ ନାୟକ ,ଓଆଇସି ହରପ୍ରସାଦ ରଣାଙ୍କ ସମେତ ଅନ୍ୟ କର୍ମଚାରୀମାନେ ଜଳେଶ୍ଵରର ଲକ୍ଷ୍ମଣନାଥ ଓ ରାଇବଣିଆ ଅଞ୍ଚଳର ବିଭିନ୍ମ ସ୍ଥାନ ଚଢାଉ କରିଥିଲେ।

ପ୍ରାୟ ୧୦୦ ଲିଟର ଦେଶୀ ମଦ ସହ ୭.୫୦୦ ବିଦେଶୀ ମଦ ଜବତ କରାଯାଇଥିଲା। ଏହାସହ ଜଣେ ମହିଳା ଓ ତିନି ଜଣ ପୁରୁଷ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ,ଇଟିଭି ଭାରତ

For All Latest Updates

ABOUT THE AUTHOR

...view details