ଓଡିଶା

odisha

ETV Bharat / state

ଦେଶୀମଦ ଭାଟିରେ ବିଡିଓଙ୍କ ଚଢ଼ାଉ, ଚମ୍ପଟ ମାରିଲେ ବେପାରୀ

ଦେଶୀମଦ ଭାଟିରେ ଚଢ଼ାଉ କଲେ ବିଡିଓ । ଚଢ଼ାଉରେ 28 ଲିଟର ଦେଶୀମଦ ଜବତ । ଚମ୍ପଟ ମାରିଲେ ବେପାରୀ । ଅଧିକ ପଢନ୍ତୁ...

wine factory raid in baleswar
ଦେଶୀମଦ ଭାଟିରେ ଚଢ଼ାଉ

By

Published : Mar 30, 2020, 1:37 PM IST

ବାଲେଶ୍ଵର:ବାଲେଶ୍ଵର ଜିଲ୍ଲା ଖଇରା ଅଞ୍ଚଳରେ ଦେଶୀମଦ ଭାଟି ଉପରେ ଚଢ଼ାଉ କରିଛନ୍ତି ବିଡ଼ିଓ । ବିପୁଳ ଦେଶୀମଦ ଜବତ ହୋଇଥିବା ବେଳେ ମଦ ବେପାରିମାନେ ଚମ୍ପଟ ମାରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ, କୋରୋନା ପାଇଁ ଲକଡାଉନ ଥିବା ବେଳେ ଖଇରା ବ୍ଲକ କଇଥଗଢିଆ ପଞ୍ଚାୟତ ପାତ୍ରଖୁଣ୍ଟାରେ ଥିବା ଦୁଇଟି ବେଆଇନ ଦେଶୀମଦ ଭାଟିରେ ଲୋକଙ୍କ ଭିଡ଼ ଜମୁଥିଲା ।

ଦେଶୀମଦ ଭାଟିରେ ଚଢ଼ାଉ

ଏହି ଘଟଣା ସମ୍ପର୍କରେ ଗ୍ରାମବାସୀ ବିଡ଼ିଓଙ୍କୁ ଜଣାଇବା ପରେ ବିଡିଓ ଦେବେନ୍ଦ୍ର ପ୍ରସାଦ ବଳ ଏକ ସ୍ପେଶାଲ ଟିମ ସହ ମଦ ଭାଟି ଉପରେ ଚଢ଼ାଉ କରିଥିଲେ । ଚଢ଼ାଉରେ 28 ଲିଟର ଦେଶୀମଦ ଜବତ ହୋଇଥିବା ବେଳେ ବେପାରିମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details