ଓଡିଶା

odisha

ETV Bharat / state

ବଢୁଛି ଜଳକା: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା

ଜଳକା ନଦୀର ଜଳସ୍ତର କ୍ରମଶଃ ବଢିବାରୁ ବସ୍ତା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

By

Published : Sep 25, 2019, 1:20 PM IST

ବାଲେଶ୍ବର: ବସ୍ତା ବ୍ଲକରେ ପ୍ରବାହିତ ହେଉଥିବା ଜଳକା ନଦୀର ଜଳସ୍ତର କ୍ରମଶଃ ବଢିବାରେ ଲାଗିଛି। ଦୁଇଦିନ ଧରି ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଜଳସ୍ତର ବିପଦ ସଂକେତ ଊର୍ଦ୍ଧ୍ବରେ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର


ବସ୍ତା ବ୍ଲକ ମଥାନୀ ଠାରେ ବିପଦ ସଙ୍କେତ 5.5 ମିଟର ରହିଥିଲାବେଳେ ସକାଳ 9ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇବା ସହ 6.0 ମିଟରରେ ଜଳ ପ୍ରବାହିତ ହେଉଛି । ଘଣ୍ଟା ପ୍ରତି 0.10 ମିଟର ହାରରେ ଜଳସ୍ତର ବଢୁଥିବା ଜଣାପଡିଛି । ଯଦି ଏଭଳି ଭାବରେ ଲଗାଣ ବର୍ଷା ଜାରି ରହେ, ଜଳସ୍ତର ବୃଦ୍ଧି ପାଇବା ସହ ବନ୍ୟାର ଅଧିକ ଆଶଙ୍କା ରହିଛି । ଏବେ ମଧ୍ୟ କିଛି ତଳିଆ ଅଞ୍ଚଳରେ ବନ୍ୟାଜଳ ପ୍ରବେଶ କଲାଣି । ବନ୍ୟା ଆସିଲେ ବସ୍ତା ବ୍ଲକର 12ଟି ପଞ୍ଚାୟତ ଓ ସଦର ବ୍ଲକର 2ଟି ପଞ୍ଚାୟତ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି । ଜଳସ୍ତର ବୃଦ୍ଧି ନେଇ ତଳିଆ ଅଞ୍ଚଳବାସୀ ଚିନ୍ତାରେ ପଡିଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details