ଓଡିଶା

odisha

ETV Bharat / state

ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ପ୍ରସ୍ତୁତ ବାଲେଶ୍ବର

29ରେ ହେବ ବାଲେଶ୍ବରରେ ମତଦାନ । ପ୍ରସ୍ତୁତି ଚୂଡାନ୍ତ କଲା ଜିଲ୍ଲା ପ୍ରଶାସନ । ସାମ୍ବାଦିକ ସମ୍ମିଳନୀରେ ପ୍ରସ୍ତୁତି ଓ ପଦକ୍ଷେପ ସମ୍ପର୍କରେ ସୂଚନା ଦେଲା ପ୍ରଶାସନ ।

By

Published : Apr 26, 2019, 9:07 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ଆସନ୍ତା 29ରେ ଜିଲ୍ଲାରେ ମତଦାନ ହେବାକୁ ଥିବାବେଳେ ଜିଲ୍ଲାପ୍ରଶାସନ ସମସ୍ତ ପ୍ରସ୍ତୁତି ଶେଷ କରିଛି । ଏନେଇ ଶୁକ୍ରବାର ଜିଲ୍ଲାପ୍ରଶାସନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରସ୍ତୁତି ଓ ପଦକ୍ଷେପ ସମ୍ପର୍କରେ ସୂଚନା ଦିଆଯାଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

25 ତାରିଖରୁ ଯାନବାହନ ଗୁଡିକ ରିପୋର୍ଟ କରି ସାରିଛନ୍ତି । ସମୁଦାୟ 3600 ଗାଡିକୁ ନିର୍ବାଚନ କାର୍ଯ୍ୟରେ ନିୟୋଜିତ କରାଯାଇଛି । 5ଟି ଜାଗାରୁ ବିତରଣ କେନ୍ଦ୍ର ହେବ ବୋଲି ସୂଚନା ମିଳିଛି । ବସ୍ତା ଓ ବାଲେଶ୍ୱର ପାଇଁ ଉତ୍କଳ ବାଳାଶ୍ରମରୁ ପୋଲିଂ ପାର୍ଟି ଇଭିଏମ ଗ୍ରହଣ କରିବେ। ଜଳେଶ୍ବର ଓ ଭୋଗରାଇ ପାଇଁ ଖ୍ରୀଷ୍ଟିଆନ ହାଇସ୍କୁଲ, ସୋର ଓ ରେମୁଣା ପାଇଁ କେନ୍ଦ୍ରୀୟ ବିଦ୍ୟାଳୟ, ସିମୁଳିଆ ପାଇଁ ଆଇଟିଆଇ, ନୀଳଗିରି ପାଇଁ କେସି ହାଇସ୍କୁଲରୁ ପୋଲିଂ ପାର୍ଟି ବାହାରିବେ । ଏହାସହ 121 ଜଣ ଅଣୁ ପର୍ଯ୍ୟବେକ୍ଷକ ବିଭିନ୍ନ ବୁଥରେ ନିୟୋଜିତ ହେବେ ।

ଜିଲ୍ଲାରେ 64ଟି ସମ୍ବେଦନଶୀଳ ବୁଥ ଚିହ୍ନଟ ହୋଇଛି । ତେଣୁ ସେହି ସବୁ ବୁଥ ପାଇଁ ବିଶେଷ ବ୍ୟବସ୍ଥା ଗ୍ରହଣ କରାଯିବ। ଇଭିଏମ ତ୍ରୁଟି ହେଲେ ତୁରନ୍ତ ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଜିଲ୍ଲା ପ୍ରଶାସନ ନିର୍ବାଚନକୁ ନେଇ ପୁରା ପ୍ରସ୍ତୁତ ଥିବା ଜଣାପଡିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details