ଓଡିଶା

odisha

ETV Bharat / state

ବେଆଇନ ବାଲି ଖନନ ପାଇଁ ଶତାଧିକ ଟ୍ରାକ୍ଟର ଅଟକ ରଖିଲେ ଗ୍ରାମବାସୀ

ଦିନକୁ ଦିନ ବଢି ଛାଲିଛି ବାଲି ମାଫିଆଙ୍କ ଦୌରାତ୍ମ୍ୟ । ନା ଶୁଣୁଛି ପ୍ରଶାସନ ନା ସ୍ଥାନୀୟ କର୍ତ୍ତୃପକ୍ଷ । ଏନେଇ ଏହାକୁ ବିରୋଧ କରି ଆଜି ବାଲେଶ୍ବର ଶିଖରପୁର ଗ୍ରାମବାସୀ  ଶତାଧିକ ଟ୍ରାକ୍ଟରକୁ ଅଟକ ରଖିବା ସହିତ ଦୀର୍ଘ ସମୟ ଆନ୍ଦୋଳନରେ ବସିଥିଲେ ।

By

Published : Jun 6, 2019, 7:25 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ୱର: ବେଆଇନ ବାଲି ଖନନକୁ ବିରୋଧ କରି ପୁଣି ତେଜିଲା ଅସନ୍ତୋଷ । କୌଣସି କାଗଜ ପତ୍ର ନଥାଇ ନିଲାମ ନନେଇ ଦିନରାତି ମେସିନ ସାହାଯ୍ୟରେ ହେଉଛି ବେଧଡ଼କ ବାଲି ଖନନ । ପ୍ରଥମେ ପଞ୍ଚୁଘଣ୍ଟା ଆଉ ଏବେ ଶିଖରପୁରରେ ତେଜିଲା ଆନ୍ଦୋଳନ । ବେଆଇନ ବାଲି ଖନନ ଓ ଚାଲାଣକୁ ବିରୋଧ କରି ଆଜି ଶିଖରପୁର ଗ୍ରାମବାସୀ ଶତାଧିକ ଟ୍ରାକ୍ଟରକୁ ଅଟକ ରଖିବା ସହିତ ଦୀର୍ଘ ସମୟ ଆନ୍ଦୋଳନରେ ବସିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ଜଳେଶ୍ୱର ତହସିଲ ଅଞ୍ଚଳରେ ଦିନକୁ ଦିନ ବଢି ଛାଲିଛି ବାଲି ମାଫିଆଙ୍କ ଦୌରାତ୍ମ୍ୟ । ପ୍ରଶାସନ ଓ ବାଲି ମାଫିଆଙ୍କ ମଧୁଚନ୍ଦ୍ରିକା ପାଇଁ ରାଜ୍ୟ ସରକାର ହରାଉଛନ୍ତି କୋଟି କୋଟି ଟଙ୍କାର ରାଜସ୍ୱ । ବାଲି ସୈରାତରୁ ମାତ୍ର ୨୦୦ ମିଟର ବ୍ୟବଧାନରେ ସ୍କୁଲ, ଅଙ୍ଗନ ବାଡ଼ି, ପଞ୍ଚାୟତ ଅଫିସ ରହିଛି । ନଦୀର ଗତିପଥ କ୍ରମଶଃ ପରିବର୍ତ୍ତନ ହେବାରୁ ନଦୀ ଗାଁମୁହାଁ ହେଉଥିବା ଦେଖିବାକୁ ମିଳିଛି । ଯଦି ଉକ୍ତ ବାଲି ଖାଦାନକୁ ବନ୍ଦ କରା ନଯାଏ ତେବେ ଆଗାମୀ ଦିନରେ ଆଖପାଖର ବହୁ ଗାଁ ନଦୀ ଗର୍ଭରେ ଲୀନ ହେବ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ ପରେ ମଧ୍ୟ ପ୍ରଶାସନ କୌଣସି ଆଖି ଦୃଶିଆ ପଦକ୍ଷେପ ନେଉ ନଥିବାରୁ ସାଧାରଣରେ ତେଜୁଛି ଅସନ୍ତୋଷ । ତେବେ ଏ ବାବଦରେ ଜଲେଶ୍ୱର ତହସିଲଦାରଙ୍କୁ ପଚାରିବାରୁ ସେ ଅଭିଯୋଗ ପାଇ ତଦନ୍ତ ପାଇଁ ପଠାଯାଇଛି ବୋଲି କହିଛନ୍ତି । ତଦନ୍ତ ପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ତହସିଲଦାର ଅଭିମନ୍ୟୁ ପଣ୍ଡା ସୂଚନା ଦେଇଛନ୍ତି ।


ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details