ଓଡିଶା

odisha

ETV Bharat / state

ଛାଡ଼ୁନି ଉପୁରି କମେଇ ଲୋଭ, ଲାଞ୍ଚ ନେଇ ଧରା ପଡ଼ିଲେ ସରକାରୀ କ୍ୟାସିଅର - ହ୍ୟାଣ୍ଡରେ ଧରିଲା ଭିଜିଲାନ୍ସ ଟିମ୍

ଲାଞ୍ଚ ନେବା ବେଳେ ସରକାରୀ ବାବୁଙ୍କୁ ଧରିଲା ଭିଜିଲାନ୍ସ । ଜଣେ ଠିକାଦାରଙ୍କଠାରୁ 5 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଥିଲା ଭିଜିଲାନ୍ସ । ଅଧିକ ପଢନ୍ତୁ

ଭିଜିଲାନ୍ସ ଜାଲରେ ପୁଣି ସରକାରୀ ବାବୁ
ଭିଜିଲାନ୍ସ ଜାଲରେ ପୁଣି ସରକାରୀ ବାବୁ

By

Published : Mar 14, 2023, 9:55 AM IST

ଭିଜିଲାନ୍ସ ଜାଲରେ ପୁଣି ସରକାରୀ ବାବୁ

ବାଲେଶ୍ଵର:ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ସରାକାରୀ ବାବୁ । ବାଲେଶ୍ଵର ଜିଲ୍ଲା ଜଳସେଚନ କାର୍ଯ୍ୟାଳୟର କ୍ୟାସିଅର ଭାବରେ କାର୍ଯ୍ୟରତ ପ୍ରଦୀପ୍ତ ରାଉତ ଲାଞ୍ଚ ନେଇ ହରଡ଼ଘଣାରେ ପଡ଼ିଛନ୍ତି । ଜଣେ ଠିକାଦାରଙ୍କ ନିକଟରୁ 5 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଥିଲା ଭିଜିଲାନ୍ସ ଟିମ । ଏହାପରେ ତାଙ୍କ ବାସ ଭବନ ଓ ଭଡ଼ା ଘରେ ଚଢ଼ାଉ କରିଛି ଭିଜିଲାନ୍ସ ବିଭାଗ ।

ତେବେ ଏହାପରେ ଭିଜିଲାନ୍ସ।ର ଟିମ୍ କାର୍ଯ୍ୟାଳୟରେ ରେଡ କରିଥିଲା । ତେବେ ଖାଲି କାର୍ଯ୍ୟାଳୟ ନୁହେଁ ବରଂ ଭଦ୍ରକ ସ୍ଥିତ ପ୍ରଦୀପ୍ତଙ୍କ ପୈତୃକ ବାସଭବନ ଓ ବାଲେଶ୍ଵର ସତ୍‌ସଙ୍ଗ କଲୋନୀ ଅଞ୍ଚଳରେ ଥିବା ତାଙ୍କ ଭଡାଘରେ ଏକକାଳୀନ ଭାବେ ଭିଜିଲାନ୍ସ ଟିମ ଚଢ଼ାଉ ଜାରି ରଖିଛି । ଅଭିଯୋଗ ଅନୁସାରେ, ବସ୍ତା ଥାନା ଅଧିନ ସନ୍ତୋଷପୁର ଅଞ୍ଚଳର ଠିକାଦାର ଲୋକନାଥ ଜେନା ଜଳସେଚନ ବିଭାଗରୁ ଦୁଇଟି ନିର୍ମାଣ କାର୍ଯ୍ୟର କାର୍ଯ୍ୟାଦେଶ ନେଇଥିଲେ ।

କାର୍ଯ୍ୟାଦେଶ ନେବାପାଇଁ ସେ କାର୍ଯ୍ୟାଳୟରେ 93 ହଜାର 200 ଟଙ୍କା ସିକ୍ୟୁରିଟି ଡିପୋଜିଟ କରିଥିଲେ । ବାରମ୍ବାର କାର୍ଯ୍ୟାଳୟକୁ ଦୌଡ଼ିଦୌଡ଼ି ନୟାନ୍ତ ହେବାପରେ ଶେଷରେ କାହିଁକି ଜମା ହୋଇଥିବା ସିକ୍ୟୁରିଟି ଟଙ୍କା ଅଟକ ରଖାଯାଇଛି ବୋଲି ଲୋକନାଥ ପ୍ରଶ୍ନ କରିଥଲେ । ତାଙ୍କର ଡିପୋଜିଟ ମନିକୁ ଫେରସ୍ତ ପାଇବା ପାଇଁ ତାଙ୍କୁ ଲାଞ୍ଚ ମାଗୁଥିଲେ କ୍ୟାସିଅର ପ୍ରଦୀପ୍ତ ରାଉତ ।

ଏହାକୁ ନେଇ ଠିକାଦାର ଲୋକନାଥ ଜେନା ଭିଜିଲାନ୍ସ ବିଭାଗର ଅଭିଯୋଗ କରିଥିଲେ । ପରେ ଭିଜିଲାନ୍ସ ଟିମ୍‌ କ୍ୟାସିଅରଙ୍କୁ ଧରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲା । ଯୋଜନା ମୁତାବକ କ୍ୟାସିଅର ପ୍ରଦୀପ୍ତ ରାଉତ ଦାବି କରିଥିବା 5 ହଜାର ଟଙ୍କା ଠିକାଦାର ଲୋକନାଥ ଜେନା ଦେବା ବେଳକୁ ଭିଜିଲାନ୍ସ ଟିମ କ୍ୟାସିଅର ପ୍ରଦୀପ୍ତ ରାଉତଙ୍କୁ ମାଡ଼ି ବସିଥିଲା । ଏହାସହ ତାଙ୍କର ଭଦ୍ରକରେ ଥିବା ପୈତୃକ ବାସଭବନ ଓ ସତସଙ୍ଗ କଲୋନୀରେ ଥିବା ଭଡାଘରେ ଭିଜିଲାନ୍ସ ଟିମ ଏକକାଳୀନ ଭାବେ ଚଢ଼ାଉ ଜାରି କରିଥିଲା ।

ଏହାକୁ ନେଇ ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ କରାଯାଇ ସମ୍ପୃକ୍ତ କ୍ୟାସିଅର ପ୍ରଦୀପ୍ତ ରାଉତଙ୍କୁ ଅଟକ ରଖାଯାଇଛି । ବାଲେଶ୍ଵରରେ ଥିବା ଏମିତି ବିଭିନ୍ନ କାର୍ଯ୍ୟାଳୟରେ ଛୋଟ ଅଧିକରୀମାନେ ଭିଜିଲାନ୍ସ ଜାଲରେ ଛନ୍ଦି ହେଉଛନ୍ତି । ହେଲେ ବଡ଼ ଅଧିକାରୀ ଖସି ଯାଉଛନ୍ତି । ଆଗାମୀ ଦିନରେ ଏମିତି ସରକାରୀ ବାବୁ ଆଉ କେତେଜଣ ଭିଜିଲାନ୍ସ ଜାଲରେ ଧରା ପଡୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ।, ବାଲେଶ୍ବର

ABOUT THE AUTHOR

...view details