ବାଲେଶ୍ବର:କେନ୍ଦ୍ର ସରକାରଙ୍କ ଘରୋଇକରଣକୁ ବିରୋଧ । ବାଲେଶ୍ବରରେ ବିଭିନ୍ନ କେନ୍ଦ୍ରୀୟ ସଂଗଠନ ପକ୍ଷରୁ ଏହାକୁ ଜୋରଦାର ବିରୋଧ କରାଯାଇଛି । କେନ୍ଦ୍ରରେ ମୋଦି ସରକାରଙ୍କ ଘରୋଇକରଣ ଓ ପୁଞ୍ଜିପତି ତୋଷଣନୀତିକୁ ଦୃଢ଼ ବିରୋଧ କରାଯାଇଛି ।
ବାଲେଶ୍ବରରେ ବିଭିନ୍ନ କେନ୍ଦ୍ରୀୟ ଶ୍ରମିକ ସଂଗଠନମାନଙ୍କ ମିଳିତ ମଞ୍ଚ ପକ୍ଷରୁ ବିଚାରଗଞ୍ଜ ଛକରୁ ଏକ ଶୋଭାତ୍ରାରେ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ ଦପ୍ତର ସମ୍ମୁଖରେ ପହଞ୍ଚିଥିଲା । ପ୍ରତିରକ୍ଷା ବିଭାଗର ଗୋଳାବାରୁଦ କାରଖାନାଗୁଡ଼ିକୁ ଦେଶୀ, ବିଦେଶୀ ଶିଳ୍ପପତିଙ୍କୁ କେନ୍ଦ୍ର ସରକାର ବିକ୍ରି କରିବା ନିଷ୍ପତ୍ତିକୁ ବିରୋଧ କରାଯାଇଛି ।