ଓଡିଶା

odisha

ETV Bharat / state

ନିୟମକୁ ଆଖିଠାର: ଭୋଗରାଇରୁ ଆସିଲା ତିନି ତଲାକ ଅଭିଯୋଗ

ତିନି ତଲାକ ବିଲ ସଂସଦରେ ପାରିତ ହେବାର ଦିନ କେଇଟା ନ ବିତୁଣୁ ରାଜ୍ୟରେ ଦୁଇଟି ତିନି ତଲାକ ଅଭିଯୋଗ ଆସିଛି । ଗତକାଲି କେନ୍ଦ୍ରାପଡା ଆଉ ଆଜି ଭୋଗରାଇରୁ ଆସିଛି ତିନି ତଲାକ ଅଭିଯୋଗ । ଏଥର ମଧ୍ୟ ଯୌତୁକ ପାଇଁ ପତ୍ନୀଙ୍କୁ ଛାଡପତ୍ର ଦେଇଛନ୍ତି ସ୍ବାମୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

By

Published : Aug 11, 2019, 9:07 PM IST

ବାଲେଶ୍ବର: କେନ୍ଦ୍ରାପଡାର ତିନି ତଲାକ ଅଭିଯୋଗକୁ 24 ଘଣ୍ଟା ନ ପୂରୁଣୁ ପୁଣି ଏକ ତିନି ତଲାକ ଅଭିଯୋଗ ଆସିଛି ବାଲେଶ୍ବରର ଭୋଗରାଇରୁ । ଏଥର ମଧ୍ୟ ଯୌତୁକ ପାଇଁ ସ୍ତ୍ରୀକୁ ତିନି ତଲାକ ଦେଇଥିବା ଅଭିଯୋଗ କରିଛନ୍ତି ମହିଳା । ଏହି ଅଭିଯୋଗ ଆଣିଛନ୍ତି ସୁନାଧରବସାଣ ଗାଁର ନୀଲଫର ବିବି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ମହିଳାଙ୍କ ଅଭିଯୋଗ ଅନୁଯାୟୀ, ସେ 2017 ଜୁନ ମାସରେ ସେଖ୍‌ ସାହିର ନାମକ ଯୁବକଙ୍କୁ ପ୍ରେମ ବିବାହ କରିଥିଲେ । ଅଧିକ ଯୌତୁକ ଦାବି କରି ସେଖ ସାହିର ନିଲଫରଙ୍କୁ ବାରମ୍ବାର ଶାରୀରୀକ ଓ ମାନସିକ ନିର୍ଯ୍ୟାତନା ଦେଇଆସୁଥିଲେ । ଏପରିକି ନୀଲଫରଙ୍କୁ ପୋଡି ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ । ଗର୍ଭ ନଷ୍ଟ ପାଇଁ ଗର୍ଭ ନିରୋଧକ ବଟିକା ମଧ୍ୟ ଖୁଆଇ ଦେଇଥିଲେ । ହେଲେ ପରେ ତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା ।

ତେବେ ପାରିବାରିକ ଝଗଡାର ସମାଧାନ ପାଇଁ ଗାଁ ମୁଖ୍ୟ ଜରିଆରେ ବୈଠକ ଡକାଇଥିଲେ । ହେଲେ ବୈଠକରେ ହଠାତ୍ ସ୍ବାମୀ ତଲାକ-ତଲାକ-ତଲାକ କହି ଛାଡପତ୍ର ଦେଇଥିଲେ । ଏଥିସହ ସେ ତାଙ୍କ ସ୍ତ୍ରୀ ନୁହେଁ ବୋଲି ବୈଠକରେ କହିଥିଲେ । ତେଣୁ ନ୍ୟାୟ ପାଇବା ପାଇଁ ଥାନାର ଦ୍ବାରସ୍ଥ ହୋଇଛନ୍ତି ମହିଳା ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details