ଓଡିଶା

odisha

ETV Bharat / state

ଭୂମିହୀନଙ୍କୁ ପଟ୍ଟା ପ୍ରଦାନ ଦାବିରେ ବିକ୍ଷୋଭ, ତହସିଲଦାରଙ୍କୁ ଦାବିପତ୍ର - ବିକ୍ଷୋଭ

32ଟି ଗାଁରେ ବସବାସ କରନ୍ତି 500ରୁ ଅଧିକ ଆଦିବାସୀ । ନିଜର ବୋଲି ଜମି ଖଣ୍ଡେ ମଧ୍ୟ ନାହିଁ । ଫଳରେ ପିଲାଙ୍କୁ ଜନ୍ମ ପ୍ରମାଣପତ୍ର, ଜାତିଗତ ପ୍ରମାଣପତ୍ର, ଆୟ ପ୍ରମାଣପତ୍ର କିମ୍ବା ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର କିଛି ମିଳିପାରୁ ନାହିଁ ।

ଫଟୋ ସୌଜନ୍ୟ; ସମ୍ବାଦଦାତା, ବାଲେଶ୍ବର

By

Published : Mar 12, 2019, 11:31 PM IST

ବାଲେଶ୍ବର: ଦୀର୍ଘ 50 ବର୍ଷ ଧରି ସରକାରୀ ଜାଗାରେ ବିତାଉଛନ୍ତି ଜୀବନ । ପରିବାରର ସଦସ୍ୟମାନେ ଅନ୍ୟ ଲୋକଙ୍କ ବିଲବାଡିରେ ଶ୍ରମିକ ଭାବରେ କାମ କରି ନିଜ ଗୁଜୁରାଣ ମେଣ୍ଟାନ୍ତି । ହେଲେ ଏଦିଗରେ ପ୍ରଶାସନ ପକ୍ଷରୁ ନିଆଯାଉନାହିଁ କୌଣସି ଠୋସ୍‌ ପଦକ୍ଷେପ ।

ଭିଡିଓ ସୌଜନ୍ୟ; ସମ୍ବାଦଦାତା, ବାଲେଶ୍ବର

ସୂଚନା ଅନୁଯାୟୀ, ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ଅଧୀନରେ ଥିବା 32ଟି ଗାଁରେ ବସବାସ କରନ୍ତି 500ରୁ ଅଧିକ ଆଦିବାସୀ । ନିଜର ବୋଲି ଜମି ଖଣ୍ଡେ ମଧ୍ୟ ନାହିଁ । ଫଳରେ ପିଲାଙ୍କୁ ଜନ୍ମ ପ୍ରମାଣପତ୍ର, ଜାତିଗତ ପ୍ରମାଣପତ୍ର, ଆୟ ପ୍ରମାଣପତ୍ର କିମ୍ବା ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର କିଛି ମିଳିପାରୁ ନାହିଁ । ଆବାସ ଯୋଜନାରେ ଘର,ଖାଦ୍ୟ ସୁରକ୍ଷା ଆଇନ ଏବଂ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଅନ୍ତର୍ଭୁକ୍ତ ହେବା ତାଙ୍କ ପାଇଁ ସାତ ସପନ ପାଲଟି ଯାଇଛି ।

ଏହାର ପ୍ରତିବାଦରେ ମଙ୍ଗଳବାର ଶତାଧିକ ଆଦିବାସୀ ଭୋଗରାଇ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଓଡିଶା ଆଦିବାସୀ ମଞ୍ଚ ପକ୍ଷରୁ ତହସିଲଦାରଙ୍କୁ 11 ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details