ଓଡିଶା

odisha

ETV Bharat / state

Train Accident: 51 ଘଣ୍ଟା ପରେ ଚାଲିଲା ଟ୍ରେନ, ପରୀକ୍ଷାମୂଳକ ଭାବେ ଗଡିଲା ମାଲଗାଡି - ବାଲେଶ୍ବର ଟ୍ରେନ ଦୁର୍ଘଟଣା

ବାଲେଶ୍ବର ବାହାନଗା ରେଳ ଦୁର୍ଘଟଣାର 51 ଘଣ୍ଟା ପରେ ରେଳ ଚଳାଚଳ ହୋଇଛି । ସ୍ବାଭାବିକ ହେଲା ଡାଉନ ଲାଇନ । ଅଧିକ ପଢନ୍ତୁ

Balasore train accident
51 ଘଣ୍ଟା ପରେ ଚାଲିଲା ଟ୍ରେନ

By

Published : Jun 5, 2023, 6:34 AM IST

Updated : Jun 5, 2023, 7:15 AM IST

51 ଘଣ୍ଟା ପରେ ଚାଲିଲା ଟ୍ରେନ

ବାଲେଶ୍ବର:ଜୁନ 2 ତାରିଖ ବାଲେଶ୍ବର ବାହାନଗାରେ ଭୟଙ୍କର ଟ୍ରେନ ଦୁର୍ଘଟଣାକୁ ଦୁଇ ଦିନ ବିତିଛି । ପ୍ରାୟ 51 ଘଣ୍ଟା ପରେ ବାହାନଗା ରେଳ ଲାଇନ ସ୍ବାଭାବିକ ହୋଇଛି । ପରୀକ୍ଷାମୂଳକ ଭାବେ ପ୍ରଥମେ ମାଲଗାଡିକୁ ଛଡାଯାଇଛି । ରବିବାର ରାତିରେ ଡାଉନ୍‌ ଲାଇନ ରେଳ ଚଳାଚଳ ପାଇଁ ସ୍ବାଭାବିକ ହୋଇଛି । ଏହି ସମୟରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଉପସ୍ଥିତ ଥିଲେ । ଟ୍ରେନ ଚଳାଚଳ ସମୟରେ ହାତଯୋଡି ପ୍ରାର୍ଥନା କରି ସଫଳ ଯାତ୍ରା ମନାସି ଥିଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।

ଦୀର୍ଘ 51 ଘଣ୍ଟାର ପରିଶ୍ରମ ପରେ ବାଲେଶ୍ବର ବାହାନଗା ରେଳ ଷ୍ଟେନସରେ ଅପ୍ ଏବଂ ଡାଉନ୍‌ ଲାଇନ ସ୍ବାଭିବିକ ହୋଇଛି । ମରାମତି ଶେଷ ହେବା ପରେ ପ୍ରଥମେ ପରୀକ୍ଷୀମୂଳକ ଭାବେ ପ୍ରଥମେ ଟ୍ରାକ୍‌ରେ ମାଲଗାଡି ଚାଲିଥିଲା । ଟ୍ରେନ୍‌ ଗଡିବା ସମୟରେ ସେଠାରେ ଉପସ୍ଥିତ ଥିଲା କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ହାତଯୋଡି ଭାଗବାନଙ୍କୁ ସ୍ମରଣ କରିଥିବା ଦେଖିବାକୁ ମିଳିଥିଲା । ଏନେଇ ଟ୍ବିଟ୍‌ କରି ମଧ୍ୟ ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ।

ଏହା ବି ପଢନ୍ତୁ...Train Tragedy: ଦିଦିଙ୍କ ଅଧିକ ମୃତ୍ୟୁ ସଂଖ୍ୟା ପ୍ରସଙ୍ଗକୁ ଖଣ୍ଡନ କଲେ ମୁଖ୍ୟ ଶାସନ ସଚିବ

ରେଳ ଚଳାଚଳ ସ୍ବାଭାବିକ ହେବା ପୂର୍ବରୁ ରେଳ ମନ୍ତ୍ରୀ ଦିନରାତି ଉପସ୍ଥିତ ରହି ରେଳ ଟ୍ରାକ ସଜାଡ଼ିବା ସହ ଓଭର ହେଡ୍‌ ବିତ୍ୟୁତ ସଂଯୋଗ କାମ ଯାଞ୍ଚ କରିଥିଲେ । ଦୁର୍ଘଟଣାରେ 51 ଘଣ୍ଟା ପରେ ବାହାନଗାରେ ବଜାର ଉଭୟ ଲାଇନରେ ଟ୍ରେନ୍‌ ଗଡିଛି । ରାତି ପ୍ରାୟ 10ଟା 40ରେ ମାଲବାହୀ ଟ୍ରେନ୍‌ ବାହାନଗା ବଜାର ଅତିକ୍ରମ କରିଥିଲା । ଏହି ରୁଟ୍‌ରେ ଯାତ୍ରୀବାହୀ ଟ୍ରେନ୍‌ ସେବା କେବେ ପୁନଃ ଆରମ୍ଭ ହେବ ସେ ନେଇ କୌଣସି ସୂଚନା ମିଳିନାହିଁ । ଆଜି ଉଭୟ ଟ୍ରାକରେ ସମସ୍ତ ରେଳ ଚଳାଚଳ ସ୍ବାଭାବିକ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ଏହା ବି ପଢନ୍ତୁ...Odisha train accident: ସରକାରଙ୍କ ପିଛା ଛାଡୁନାହାନ୍ତି ଦିଦି, କହିଲେ ‘ଡାଲ ମୈ କୁଛ କାଲା ହୈ’

ଟ୍ରେନ୍‌ ଦୁର୍ଘଟଣାରେ ବିତ୍ୟୁତ ଖୁଣ୍ଟ ଭାଙ୍ଗିବା ସହ ରେଳଧାରଣାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ପୁନଃରୁଦ୍ଧାର କାର୍ଯ୍ୟ ପାଇଁ କାମରେ 1 ହଜାରରୁ ଅଧକ କର୍ମଚାରୀ ନିୟୋଜିତ ହୋଇଥିଲେ । ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାର୍ଯ୍ୟ ହୋଇଥିଲା । 4ଟି ଜେସିବି, 6ଟି କ୍ରେନ, ୱେଲଡିଂ ମେସିନ, ଲାଇନମ୍ୟାନ, ବିତ୍ୟୁତ କର୍ମଚାରୀ, ଯନ୍ତ୍ରୀ ଓ ବରିଷ୍ଠ ଅଧିକାରୀ କାର୍ଯ୍ୟରେ ଲାଗିଥିଲେ ।

ଟ୍ରେନ୍‌ ଚଳାଚଳ ସ୍ବାଭାବିକ ହେଲା ପରେ ପ୍ରତିକ୍ରିୟା ରଖି ଅଶ୍ବିନୀ ବୈଷ୍ଣବ କହିଛନ୍ତି, "ଯଥାଶୀଘ୍ର ଟ୍ରେନ୍‌ ଟ୍ରାକ କାର୍ଯ୍ୟକ୍ଷମ କରିବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ପୁରା ଟିମ୍‌ ତତ୍ପରତାର ସହ କାର୍ଯ୍ୟ କରି ଦୁଇଟି ଟ୍ରାକକୁ ସଜାଡିଥିଲେ । ଭୟଙ୍କର ଦୁର୍ଘଟଣାର 51 ଘଣ୍ଟା ପରେ ଟ୍ରେନ ଚଳାଚଳ ସ୍ବାଭାବିକ ହୋଇଛି ।"

ପ୍ରକାଶଥାଉ କି, ଜୁନ 2 ତାରିଖ ରାତି 7ଟାରେ ବାଲେଶ୍ବର ବାହାନଗା ରେଳ ଷ୍ଟେସନରେ ଭୟଙ୍କର ରେଳ ଦୁର୍ଘଟଣା ହୋଇଥିଲା । ଦୁଇଟି ସୁପରଫାଷ୍ଟ ଏକ୍ସପ୍ରେସ ଓ ଗୋଟିଏ ମାଲବାହୀ ଟ୍ରେନ ମଧ୍ୟରେ ଧକ୍କା ହେବା ଫଳରେ ଭୟଙ୍କର ଛାତିଧରା ରେଳ ଦୁର୍ଘଟଣା ହୋଇଥିଲା ।ଏଥିରେ 275ଜଣ ରେଳଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ 900ରୁ ଅଧିକ ଆହତ ହୋଇଥିଲେ । ବର୍ତ୍ତମାନ ମୃତଦେହ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି । ସମ୍ପର୍କୀୟମାନେ ବିଭିନ୍ନ ହସ୍ପିଟାଲରେ ଧାଡି ଲଗାଇ ସମ୍ପର୍କୀୟଙ୍କୁ ଚିହ୍ନଟ କରୁଛନ୍ତି ।

Last Updated : Jun 5, 2023, 7:15 AM IST

ABOUT THE AUTHOR

...view details