ବାଲେଶ୍ବର :ବାଲେଶ୍ବର ଜିଲ୍ଲା ଜଳେଶ୍ବର ରେଳ ଷ୍ଟେସନରୁ 3ଜଣ ଲୁଟେରାଙ୍କୁ ଗିରଫ କରାଯାଇଛି । ପାଟନା ଏନ୍ନାକୁଲମ ଏକ୍ସପ୍ରେସରୁ ଖଡଗପୁର ଆରପିଏଫ ଓ ଏସଟିଏଫ ମିଳିତ ଚଢାଉ କରି 3ଜଣ ଲୁଟେରାଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ପଥରପୁରା ଗାଁର ଲକ୍ଷ୍ମୀକାନ୍ତ ସାହୁ, ଖଡଗପୁର ନିକଟ ମାଦପୁର ଗାଁର ସେକ ଆତାବୁଲ ଓ ମେଦିନାପୁର ନିକଟ ରାମଚନ୍ଦ୍ରପୁର ଗାଁର ସେକ ସାହା ଆଲମ୍ ବୋଲି ଜଣାପଡିଛି ।
ପାଟନା ଏନ୍ନାକୁଲମ ଏକ୍ସପ୍ରେସରୁ 3 ଲୁଟେରା ଗିରଫ
3 ଟ୍ରେନ ଲୁଟେରା ଗିରଫ ସହ ମାରଣାସ୍ତ୍ର ଓ ଅଳଙ୍କାର ଜବତ । ଅଧିକ ପଢନ୍ତୁ.....
ଟ୍ରେନ ଲୁଟେରା ଗିରଫ
ସେମାନଙ୍କ ନିକଟରୁ 6ଟି ମୋବାଇଲ, ଛୁରୀ, ଖୁର, 2ହଜାର ଟଙ୍କା ଓ ସୁନା ଜବତ କରାଯାଇଛି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ