ଓଡିଶା

odisha

ETV Bharat / state

ନ୍ୟାୟ ପାଇଁ ରାଜପଥରେ ମୃତଦେହ, 4 ଘଣ୍ଟା ଗାଡି ଚଳାଚଳ ଠପ - ରାଜପଥ

ସଙ୍ଗବଦ୍ଧ ଆକ୍ରମଣରେ ସମ୍ପର୍କୀୟ ଭାଇ ନେଲା ଜୀବନ । ଆକ୍ରମଣକୁ 10 ଦିନ ବିତିଥିଲେ ବି ଅଭିଯୁକ୍ତକୁ ପୋଲିସ ଗିରଫ କରିନଥିବା ଅଭିଯୋଗ । ଏହାର ପ୍ରତିବାଦରେ ନ୍ୟାୟ ପାଇଁ ରାଜପଥରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

By

Published : Jun 26, 2019, 10:18 PM IST

ବାଲେଶ୍ବର: ସମ୍ପର୍କୀୟ ସାନ ଭାଇର ସଂଘବଦ୍ଧ ଆକ୍ରମଣରେ ବଡ ଭାଇର ମୃତ୍ୟୁ ଘଟିଥିବା ଅଭିଯୋଗ । ଘଟଣାକୁ ନେଇ ମୃତକଙ୍କ ପରିବାର ୧୬ ନଂ ଜାତୀୟ ରାଜପଥ ଅବରୋଧ କରିବା ସହ ସିମୁଳିଆ ଥାନା ଆଗରେ ନ୍ୟାୟପାଇଁ ଦାବି କରିଛନ୍ତି ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ଗତ 16 ତାରିଖରେ ସିମୁଳିଆ ଥାନା କାଞ୍ଚପଡ଼ା ଗ୍ରାମର କାଳନ୍ଦୀ ନାୟକଙ୍କ ପୁଅ ଶରତ ନାୟକଙ୍କୁ ତାଙ୍କ ସମ୍ପର୍କୀୟ ସାନଭାଇ କିଛି ସହଯୋଗୀଙ୍କ ସହ ମରଣାତ୍ମକ ଆକ୍ରମଣ କରିଥିଲା । ଗୁରୁତର ଅବସ୍ଥାରେ ଶରତଙ୍କୁ କଟକ ମେଡିକାଲରେ ଭର୍ତି କରାଯିବା ସହ ଥାନାରେ ମଧ୍ୟ ଅଭିଯୋଗ କରିଥିଲେ ପିତା କାଳନ୍ଦୀ । କିନ୍ତୁ ପୋଲିସ ଅଭିଯୁକ୍ତକୁ ଗିରଫ କରିବା ପରିବର୍ତ୍ତେ ଶରତଙ୍କ ପରିବାର ଲୋକଙ୍କୁ ଓଲଟା ଅଟକ ରଖିଥିବା ଅଭିଯୋଗ ମଧ୍ୟ କରିଛନ୍ତି ପରିବାର ।

ବୁଧବାର ଚିକିତ୍ସିତ ଅବସ୍ଥାରେ ଶରତଙ୍କ ମୃତ୍ୟୁ ହେବାପରେ ପରିବାର ଲୋକେ 16ନଂ ଜାତୀୟ ରାଜପଥରେ ମୃତଦେହ ରଖିବା ସହ ଦୀର୍ଘ 4 ଘଣ୍ଟା ଧରି ନ୍ୟାୟପାଇଁ ଧାରଣାରେ ବସିରହିଥିଲେ । ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଗାଡ଼ି ଅଟକି ରହିଥିଲା । ପରେ ସ୍ଥାନୀୟ ପ୍ରଶାସନ ଓ ପୋଲିସ ଘଟଣାସ୍ଥଳରେ ପହଁଚିବା ସହ ଅଭିଯୁକ୍ତକୁ ଯଥା ଶୀଘ୍ର ଗିରଫ କରିବା ଏବଂ 302 ଦଫା ଲାଗିବାର ପ୍ରତିଶ୍ରୁତି ଦେବା ପରେ ମୃତକଙ୍କ ପରିବାର ଲୋକ ରାଜପଥରୁ ଧାରଣା ପ୍ରତ୍ୟାହୃତ କରିଛନ୍ତି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details