ଓଡିଶା

odisha

ETV Bharat / state

‘ସଠିକ୍‌ ଦୃଷ୍ଟିକୋଣ ବିନା ଟାଉନରୁ ସ୍ମାର୍ଟସିଟି ହେବା ଅସମ୍ଭବ’ - congress

ନିର୍ବାଚନୀ ପ୍ରଚାରକୁ ନେଇ ଏବେ କଂଗ୍ରେସ ଟାର୍ଗେଟରେ ରାସ୍ତାକଡର ଦୋକାନୀ । ଅନ୍ୟ ଦଳମାନେ ଘର ଘର ବୁଲି ପ୍ରଚାର ଚଳାଇଥିବା ବେଳେ ରାସ୍ତାକଡରେ ଥିବା ଦୋକାନୀମାନଙ୍କୁ ଏକାଠି କରିବାରେ ଲାଗିଛି କଂଗ୍ରେସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

By

Published : Apr 13, 2019, 8:39 PM IST

Updated : Apr 14, 2019, 3:02 PM IST

ବାଲେଶ୍ବର: ନିର୍ବାଚନୀ ପ୍ରଚାରକୁ ନେଇ ଏବେ କଂଗ୍ରେସ ଟାର୍ଗେଟରେ ରାସ୍ତାକଡର ଦୋକାନୀ । ଅନ୍ୟ ଦଳମାନେ ଘର ଘର ବୁଲି ପ୍ରଚାର ଚଳାଇଥିବାବେଳେ ରାସ୍ତାକଡରେ ଥିବା ଦୋକାନୀମାନଙ୍କୁ ଏକାଠି କରିବାରେ ଲାଗିଛି କଂଗ୍ରେସ । ଏନେଇ ଶନିବାର କଂଗ୍ରେସର ସାଂସଦ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ ଓ ସଦର ବିଧାୟକ ପ୍ରାର୍ଥୀ ମାନସ ଦାସପଟ୍ଟନାୟକ ବିଭିନ୍ନ ଦୋକାନ ବୁଲିବା ସହ ବାଣ୍ଟିଛନ୍ତି ପ୍ରଚାର ପତ୍ର ।

ତେବେ ଏହି ପ୍ରଚାର ମାଧ୍ୟମରେ କଂଗ୍ରେସ କର୍ମୀଙ୍କୁ ଇଟିଭି ଭାରତ ଟିମ୍‌ ଭେଟି ସେମାନଙ୍କ ନିର୍ବାଚନୀ ମୁଦ୍ଦା ପଚାରି ବୁଝିଥିଲା । କର୍ମୀମାନଙ୍କ କହିବା ଅନୁଯାୟୀ ଟାଉନକୁ ସ୍ମାର୍ଟ ସିଟିରେ ପରିଣତ କରିବା ହେଉଛି ଦଳର ମୁଖ୍ୟ ଲକ୍ଷ୍ୟ । ଏଥିସହ ସହରରେ ଥିବା ବେକାରୀ ସମସ୍ୟାକୁ ଦୂର କରିବା ମଧ୍ୟ ଲକ୍ଷ ରହିଛି । ତେଣୁ ସହରକୁ ସ୍ମାର୍ଟ ସିଟିରେ ପରିଣତ କରାଗଲେ ନୂଆ ଇଣ୍ଡଷ୍ଟ୍ରି ସହ ବେକାରୀ ସମସ୍ୟାକୁ ଦୂର କରାଯାଇ ପାରିବ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ଏଥିସହ ଶିଳ୍ପର ବିକାଶ, ନିଯୁକ୍ତି, ମହିଳାଙ୍କ ସୁରକ୍ଷାର ସ୍ବପ୍ନ ଦଳର ରହିଥିବା ପ୍ରକାଶ କରିଥିଲେ ପ୍ରାର୍ଥୀ । ଅନ୍ୟପଟେ ସହରରେ ମାର୍କେଟ କମ୍ପ୍ଲେକ୍ସ ନଥିବାରୁ ଲୋକଙ୍କୁ ଅସୁବିଧା ହେଉଛି । ତେଣୁ କ୍ଷମତାକୁ ଆସିବା ପରେ ସହରରେ ମାର୍କେଟ କମ୍ପ୍ଲେକ୍ସ ଖୋଲିବା ସହ ଭେଣ୍ଡିଂ ଜୋନ ଖୋଲିବାର ଲକ୍ଷ୍ୟ ରଖିଥିବା ପ୍ରକାଶ କରିଛନ୍ତି ପ୍ରାର୍ଥୀମାନେ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Apr 14, 2019, 3:02 PM IST

ABOUT THE AUTHOR

...view details