ଓଡିଶା

odisha

ETV Bharat / state

ବଜ୍ରାଘାତରେ 4 ଗୁରୁତର, ପୂର୍ଣ୍ଣଚନ୍ଦ୍ରଙ୍କ ଅବସ୍ଥା ସଙ୍କଟାପନ୍ନ

ବଜ୍ରାଘାତରେ 4ଜଣ ଗୁରୁତର । ଗୁରୁତରଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

By

Published : Jul 28, 2019, 12:39 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ୱର: ଖଇରା ଥାନା ଅଞ୍ଚଳରେ ବଜ୍ରଘାତରେ 4ଜଣ ଗୁରୁତର । ଅପରାହ୍ଣରେ ମାଖନପୁର ପଞ୍ଚାୟତ ସାଉଣ୍ଡିଆ ଗ୍ରାମରେ ଘଡଘଡି ସହ ବର୍ଷା ହୋଇଥିଲା । ଉକ୍ତ ଗାଁର ରଘୁନାଥ ଦାସ, ପ୍ରଦୀପ ଦାସ, ପୂର୍ଣ୍ଣଚନ୍ଦ୍ର ଜେନା ଓ ଶିବ ଟୁଡୁ ବିଲରେ ହଳ କରୁଥିଲେ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ତେବେ ବର୍ଷା ହେବାରୁ ଏକ ଗଛମୂଳେ 4 ଜଣ ଆଶ୍ରୟ ନେଇଥିଲେ । ଏହି ସମୟରେ ବଜ୍ରାଘାତରେ 4ଜଣ ଗୁରୁତର ହୋଇଥିଲେ। ସୂଚନାଥାଉକି, ଗୁରୁତରଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେଥିମଧ୍ୟରୁ ପୂର୍ଣ୍ଣଚନ୍ଦ୍ରଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details