ଓଡିଶା

odisha

ETV Bharat / state

ଖୁଚୁରା ପଇସାକୁ ନେଇ ଗଣ୍ଡଗୋଳ, ଆଣ୍ଠେଇଲେ 3 ଯୁବକ

ଖୁଚୁରା 5 ଟଙ୍କା ପାଇଁ ପେଟ୍ରୋଲ ପମ୍ପରେ ତୁମୁଳକାଣ୍ଡ । ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ 95 ଟଙ୍କାର ତେଲ ପକାଇ 100 ଟଙ୍କା ଦେଇଥିଲେ ଯୁବକ । ଆଉ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ପାଇବାକୁ ଥିବା 5 ଟଙ୍କା ପାଇଁ ଆରମ୍ଭ ହୋଇଥିଲା ଯୁକ୍ତିତର୍କ । ଆଉ ପରେ ଏହା ଉଗ୍ରରୂପ ନେଇଥିଲା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

By

Published : Mar 24, 2019, 11:56 AM IST

ବାଲେଶ୍ୱର: ଖୁଚୁରା ପଇସାକୁ ନେଇ 3 ଯୁବକଙ୍କୁ ଆଣ୍ଠେଇଲେ ପେଟ୍ରୋଲପମ୍ପ କର୍ମଚାରୀ । ସୋର ଥାନା ପାଇକାଳି ପେଟ୍ରୋଲ ପମ୍ପରେ ଦେଖିବାକୁ ମିଳିଥିଲାଏଭଳି ଘଟଣା । ଶନିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ବେଳେ ଖୁଚୁରା ପଇସାକୁ ନେଇ ଏଭଳି ଆଚରଣ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ସୂଚନାଯୋଗ୍ୟ, ଶନିବାର 3 ଜଣ ଯୁବକ 16ନଂ ଜାତୀୟ ରାଜପଥ ପାଇକାଳି ପେଟ୍ରୋଲ ଟାଙ୍କିରେ 95ଟଙ୍କାର ତେଲ ପକାଇ 100 ଟଙ୍କା ଦେଇଥିଲେ । ତେବେ ପେଟ୍ରୋଲ କର୍ମଚାରୀ 5ଟଙ୍କା ଫେରାଇବାରୁ ଯାଇ ଖୁଚୁରା ଦେଇଥିଲେ । ତେବେ ଉକ୍ତ ଯୁବକମାନେ ଏହା ବଜାରରେ ଚଳୁନଥିବା କହିବା ପରେ ଉଭୟଙ୍କ ପକ୍ଷରେ ବଚସା ସୃଷ୍ଟି ହୋଇଥିଲା । ଏହି ବଚସା ପରେ ମାରପିଟ ପର୍ଯ୍ୟନ୍ତ ଯାଇଥିବା ବେଳେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଯୁବକମାନଙ୍କୁ କାବୁ କରିବା ସହ କାନ ଧରି ଆଣ୍ଠେଇ ଥିଲେ ।

ଏ ଘଟଣା ପମ୍ପ ମାଲିକ ଅଭିଯୋଗ ଆଣିବା ପରେ ସୋର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଯୁବକଙ୍କୁ ଉଦ୍ଧାର କରିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାଏକ, ଇଟିଭି ଭାରତ

ABOUT THE AUTHOR

...view details