ଓଡିଶା

odisha

ETV Bharat / state

ବୋଲବମ ସ୍ବର, ଗେରୁଆମୟ ହେଲା ପଞ୍ଚଲିଙ୍ଗେଶ୍ବର - devotess

ଆଜି ଶ୍ରାବଣ ମାସର ଦ୍ବିତୀୟ ସୋମବାର । ଏନେଇ ସମସ୍ତ ଶୈବ ପୀଠରେ ଶିବ ଭକ୍ତଙ୍କ ଖଚାଖଚ ଭିଡ । ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ନୀଳଗିରିର ବାବା ପଞ୍ଚଲିଙ୍ଗେଶ୍ବର ଶୈବପୀଠ ଶ୍ରାବଣ ସୋମବାର ପାଇଁ ଚଳଚଞ୍ଚଳ ହୋଇଉଠିଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା ବାଲେଶ୍ବର

By

Published : Jul 29, 2019, 2:03 PM IST

ବାଲେଶ୍ବର: ଆଜି ଶ୍ରାବଣ ମାସର ଦ୍ବିତୀୟ ସୋମବାର । ଏନେଇ ସମସ୍ତ ଶୈବ ପୀଠରେ ଶିବ ଭକ୍ତଙ୍କ ଖଚାଖଚ ଭିଡ । ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ନୀଳଗିରିର ବାବା ପଞ୍ଚଲିଙ୍ଗେଶ୍ବର ଶୈବପୀଠ ଶ୍ରାବଣ ସୋମବାର ପାଇଁ ଚଳଚଞ୍ଚଳ ହୋଇଉଠିଛି। ମନ୍ଦିରରେ ହଜାର ହଜାର ସଂଖ୍ୟାରେ କାଉଡ଼ିଆଙ୍କ ଭିଡ଼ ଲାଗିଥିବା ସହ ଜଳାଭିଷେକ କରିଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ବାଲେଶ୍ବର

ବାଲେଶ୍ଵରର ବୁଢ଼ାବଳଙ୍ଗ ନଦୀର ବାଲିଘାଟ, ସୋନ ନଦୀର କାଠପାଳ, ମୟୂରଭଞ୍ଜର ସୋନନଦୀ, ଝରଣାଘାଟୀ, କଲରାପାଳ ନଈ ଆଦି ବିଭିନ୍ନ ଘାଟରୁ ମାନସିକ ଧାରୀମାନେ ପୂଜାର୍ଚ୍ଚନା କରି ବାହୁଙ୍ଗୀରେ ମାନସିକ ଜଳ ଉଠାଇଛନ୍ତି । ଏହାସହ ତୁଣ୍ଡରେ ଶିବ ନାମକୁ ଧରି ବାବାଙ୍କ ପୀଠରେ ପହଞ୍ଚି ଜଳାଭିଷେକ କରି ନିଜ ନିଜର ମାନସିକ ପୂରଣ କରିଛନ୍ତି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details