ଓଡିଶା

odisha

ETV Bharat / state

ବାଲେଶ୍ବରରେ ସୁଧୁରୁଛି ଟ୍ରାଫିକ ବ୍ୟବସ୍ଥା

ବାଲେଶ୍ବର ଜିଲ୍ଲାରେ ଧିରେ ଧିରେ ସୁଧୁରୁଛି ଟ୍ରାଫିକ ବ୍ୟବସ୍ଥା । ଲୋକଙ୍କ ସୁରକ୍ଷା ପାଇଁ ସହରରେ କଡାକଡି ହୋଇଛି ଟ୍ରାଫିକ ବ୍ୟବସ୍ଥା । ଆଧିକ ପଢନ୍ତୁ...

ସୁଧୁରୁଛି ସହରର ଟ୍ରାଫିକ ବ୍ୟବସ୍ଥା
ସୁଧୁରୁଛି ସହରର ଟ୍ରାଫିକ ବ୍ୟବସ୍ଥା

By

Published : Jan 27, 2021, 12:35 PM IST

ବାଲେଶ୍ବର:ଲୋକଙ୍କ ସୁରକ୍ଷା ପାଇଁ ସହରରେ କଡାକଡି ଟ୍ରାଫିକ ବ୍ୟବସ୍ଥା । ବାଲେଶ୍ବର ଜିଲ୍ଲାରେ ଧିରେ ଧିରେ ସୁଧୁରୁଛି ଟ୍ରାଫିକ ବ୍ୟବସ୍ଥା । ଲୋକଙ୍କ ଯାତାୟାତ ସୁଗମ କରିବା ପାଇଁ ଟ୍ରାଫିକ ପୋଷ୍ଟ ଗୁଡିକରେ ସିଗନାଲ ଲାଇଟ ବ୍ୟବସ୍ଥା ହୋଇଛି।

ସୁଧୁରୁଛି ସହରର ଟ୍ରାଫିକ ବ୍ୟବସ୍ଥା

ପ୍ରଥମେ ସହରର ଷ୍ଟେସନ ଛକଠାରେ ଡିଜିଟାଲ ସିଗନାଲ ଟ୍ରାଫିକ ବ୍ୟବସ୍ଥା ହୋଇଥିଲା। ସେହିପରି ଆଇଟିଆଇ ଛକରେ ମଧ୍ୟ ଏହି ବ୍ୟବସ୍ଥା ଶୁଭାରମ୍ଭ କରାଯାଇଛି। ଏହାର ଉଦଘାଟନୀ ଉତ୍ସବରେ ବାଲେଶ୍ଵର ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ, ସଦର ବିଧାୟକ ସ୍ବରୁପ ଦାସ ଓ ଲାଏନ୍ସ କ୍ଲବର ସଦସ୍ୟମାନେ ଉପସ୍ଥିତ ଥିଲେ।

ଏହି ବ୍ୟବସ୍ଥା ଦ୍ବାରା ଲୋକମାନେ ସିଗନାଲ ଲାଇଟ ଅନୁସାରେ ରାସ୍ତା ଅତିକ୍ରମ କରିବେ। ଆଗାମୀ ଦିନରେ ପୋଲିସ ଲାଇନରେ ମଧ୍ୟ ଏହିପରି ବ୍ୟବସ୍ଥା କରାଯିବ ବୋଲି ଜଣାପଡିଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details