ଓଡିଶା

odisha

ETV Bharat / state

ଡାକ୍ତରବାବୁଙ୍କ ଦାୟିତ୍ବହୀନତା, ଜୀବିତ ବାଳକକୁ କଲେ ମୃତ ଘୋଷଣା !

ଜିଲ୍ଲା ଜଳେଶ୍ବର ଡାକ୍ତରଖାନାରେ ଉତ୍ତେଜନା । ଜୀବିତ ବାଳକକୁ ଡାକ୍ତର ମୃତ ଘୋଷଣା କରିବାକୁ ନେଇ ଲୋକମାନେ ମେଡିକାଲ ଭଙ୍ଗାରୁଜା ।

By

Published : Aug 15, 2019, 3:11 PM IST

Updated : Aug 15, 2019, 3:48 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ଜିଲ୍ଲା ଜଳେଶ୍ବର ଡାକ୍ତରଖାନାରେ ଉତ୍ତେଜନା । ଜୀବିତ ବାଳକକୁ ଡାକ୍ତର ମୃତ ଘୋଷଣା କରିବାକୁ ନେଇ ଲୋକମାନେ ମେଡିକାଲ ଭଙ୍ଗାରୁଜା କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
ଜଳେଶ୍ବର ଥାନା ଅଧୀନ ରାଜପୁର ଗାଁର ଶେଖ ବାବୁଲାଙ୍କ 12 ବର୍ଷର ପୁଅ ଶେଖ ହଲିମ ଆଜି ସକାଳେ ଜଳେଶ୍ବରସ୍ଥିତ ଜି କେ ଭଟ୍ଟ ଡାକ୍ତରଖାନାକୁ ଚିକିତ୍ସା ହେବା ପାଇଁ ଆସିଥିଲେ । ଡାକ୍ତର ପିଲାଟିକୁ ଚିକିତ୍ସା କରି ସାରିବା ପରେ ପିଲାଟିକୁ ମୃତ ଘୋଷଣା କରିଥିବା ଅଭିଯୋଗ ହୋଇଛି । ପରିବାର ଲୋକେ ପିଲାଟିକୁ ଘରକୁ ନେଇ ଗାତ ଖୋଳି ପୋତିବାକୁ ନେବାବେଳେ ପିଲାଟି ଜୀବିତ ଥିବା ଜଣାପଡିଥିଲା । ଏହାକୁ ଦେଖି ଡାକ୍ତରଖାନାରେ ଡାକ୍ତରଙ୍କ ଦାୟିତ୍ବହୀନତା ଯୋଗୁଁ ଏମିତି ପରିସ୍ଥିତି ଉପୁଜିଥିବା ଅଭିଯୋଗ ହୋଇଛି ।

ଏହାକୁ ନେଇ ସ୍ଥାନୀୟ ଲୋକେ ଡାକ୍ତରଖାନାରେ ବ୍ଯାପକ ଭଙ୍ଗାରୁଜା କରିବା ସହ ଜଳେଶ୍ବର - ଚନ୍ଦନେଶ୍ବର ମୁଖ୍ଯ ରାସ୍ତାକୁ ଟାୟାର ଜାଳି ଅବରୋଧ କରିଥିଲେ। ପରିସ୍ଥିତିକୁ ନିୟନ୍ତ୍ରଣାଧୀନ କରିବା ପାଇଁ ଜଳେଶ୍ବର ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି ।

ଅନ୍ୟପଟେ ବାଳକକୁ ପୁଣି ବାଲେଶ୍ୱରର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Aug 15, 2019, 3:48 PM IST

ABOUT THE AUTHOR

...view details