ଓଡିଶା

odisha

ETV Bharat / state

ସୁରକ୍ଷା ଦିବସକୁ ଲାଇନମ୍ୟାନ ଦିବସ ପାଳିଲା TATA, ବିଦ୍ୟୁତଜନିତ ଦୁର୍ଘଟଣା ରୋକିବା ଲକ୍ଷ୍ୟ - ଟାଟା ପାଳିଲା ଲାଇନମ୍ୟାନ ଦିବସ

ଲାଇନମ୍ୟାନ କାର୍ଯ୍ୟ ହୋଇଥାଏ ଅଧିକ ବିପଦପୂର୍ଣ୍ଣ । ଜାତୀୟ ସୁରକ୍ଷା ଦିବସକୁ ଟାଟା ପାୱାର ପକ୍ଷରୁ ଲାଇନମ୍ୟାନ ଦିବସ ଭାବେ ପାଳନ କରାଯାଇଛି । ଅଧିକ ପଢନ୍ତୁ

ସୁରକ୍ଷା ଦିବସକୁ ଲାଇନ ମ୍ୟାନ ଦିବସ ପାଳିଲା ଟାଟା, ବିଦ୍ୟୁତ ଜନିତ ଦୁର୍ଘଟଣା ରୋକିବା ଲକ୍ଷ୍ୟ
ସୁରକ୍ଷା ଦିବସକୁ ଲାଇନ ମ୍ୟାନ ଦିବସ ପାଳିଲା ଟାଟା, ବିଦ୍ୟୁତ ଜନିତ ଦୁର୍ଘଟଣା ରୋକିବା ଲକ୍ଷ୍ୟ

By

Published : Mar 4, 2022, 7:27 PM IST

ବାଲେଶ୍ବର: ଆଜି(ଶୁକ୍ରବାର) ହେଉଛି ଜାତୀୟ ସୁରକ୍ଷା ଦିବସ । ଏହି ଅବସରରେ ଟାଟା ପାୱାର ଉତ୍ତର ଓଡିଶା ଜୋନ ଦ୍ବାରା ଲାଇନ ମ୍ୟାନ ମାନଙ୍କ ସୁରକ୍ଷାକୁ ନେଇ ଲାଇନମ୍ୟାନ ଦିବସ ପାଳନ କରାଯାଇଛି । ଲାଇନମ୍ୟାନଙ୍କ କାର୍ଯ୍ୟଟି ଅଧିକ ବିପଦପୂର୍ଣ୍ଣ ରହିଥାଏ । ସେମାନଙ୍କୁ ଅଧିକ ସୁରକ୍ଷା ଦେବା ଆବଶ୍ୟକ । ଏଥିପାଇଁ ଟାଟା ପାୱାର ସେମାନଙ୍କ ସୁରକ୍ଷା ଉପରେ ଗୁରୁତ୍ବ ଦେଉଥିବା ସିଇଓ ଭାସ୍କର ସରକାର କହିଛନ୍ତି।

ସୁରକ୍ଷା ଦିବସକୁ ଲାଇନ ମ୍ୟାନ ଦିବସ ପାଳିଲା ଟାଟା, ବିଦ୍ୟୁତ ଜନିତ ଦୁର୍ଘଟଣା ରୋକିବା ଲକ୍ଷ୍ୟ

ଲାଇନମ୍ୟାନ ମାନେ ବହୁ ବିପଦପୂର୍ଣ୍ଣ ସ୍ଥାନକୁ ଯାଇ ଲାଇନମ୍ୟାନ ମାନେ ରିସ୍କ ନେଇ ବିଦ୍ୟୁତ ଯୋଗାଣ କରିଥାନ୍ତି । ଏଥିପାଇଁ ଟାଟା ପାୱାର ସେମାନଙ୍କ ସୁରକ୍ଷା ଉପରେ ଗୁରୁତ୍ବ ଦେଉଛି । ଗତ ବର୍ଷ ତୁଳନାରେ ବିଦ୍ୟୁତ ଜନିତ ଦୁର୍ଘଟଣା ଏଥର କମିଛି। ଗତବର୍ଷ ଯେଉଁଠି 46 ଟି ଦୁର୍ଘଟଣା ଘଟିଥିଲା ଏ ବର୍ଷ ମାତ୍ର 3ଟି ଦୁର୍ଘଟଣା ଘଟିଛି । ଏଥିପାଇଁ କେମିତି ସୁରକ୍ଷିତ ଭାବେ ବିଦ୍ୟୁତ ଯୋଗାଣ କରାଯାଇ ପାରିବ ଓ ଲାଇନମ୍ୟାନ ମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯିବ ସେନେଇ ବ୍ୟବସ୍ଥା କରାଯାଇଛି ।

ଲାଇନମ୍ୟାନ ମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଦିଆଯିବା ସହ ସୁରକ୍ଷିତ ଭାବେ କାର୍ଯ୍ୟ କରିବା ପାଇଁ ସମସ୍ତ ପ୍ରକାର ସାମଗ୍ରୀ ଯୋଗାଇ ଦିଆଯାଇଛି । କାରଣ ଏମାନଙ୍କ କାର୍ଯ୍ୟରେ ପ୍ରତି ମୁହୂର୍ତ୍ତ ବିପଦରେ ଭରି ରହିଥାଏ । ଜାତୀୟ ସୁରକ୍ଷା ଦିବସରେ ଟାଟା ଏମାନଙ୍କ ଉପରେ ଅଧିକ ଗୁରୁତ୍ବ ଦେଇଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details