ବାଲେଶ୍ବର:ସୋର ଉପକାରାଗାର ଭିତରେ ଜଣେ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ କାରାଗାର ଆଗରେ ଉତ୍ତେଜନା ପ୍ରକାଶ ପାଇଥିବା ଦେଖିବାକୁ ମିଳିଥିଲା। ତେବେ କଏଦୀଙ୍କ ମୃତ୍ୟୁର ପ୍ରକୃତ କାରଣ ସ୍ବାସ୍ଥ୍ୟଗତ ସମସ୍ୟା ନା ଆଉ କିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ ।
ସୂଚନା ଅନୁସାରେ, ଭଦ୍ରକ ଜେଲରେ ବିଚାରଧୀନ କଏଦୀ ଭାବେ କମଳାକାନ୍ତ ବାରିକ ରହିଆସୁଥିଲେ। କରୋନା ସଂକ୍ରମଣ କାରଣରୁ ତାଙ୍କୁ ଗତ କିଛିଦିନ ହେବ ଭଦ୍ରକରୁ ସୋର କାରାଗାରକୁ ଅଣାଯାଇଥିଲା। ମଙ୍ଗଳବାର ବିଳମ୍ବିତ ରାତିରେ କମଳାକାନ୍ତ କାରାଗାର ଭିତରେ ଅଚେତ ଅବସ୍ଥାରେ ପଡ଼ିଥିଲେ। ସେଠାରୁ ତାଙ୍କୁ ସୋର ମେଡିକାଲ ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।