ବାଲେଶ୍ୱର: କୋର୍ସ ଫି ଛାଡ଼ କରିବା ଦାବିରେ ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟର ବିଏଡ଼ ଓ ଏମଏଡ଼ ଛାତ୍ରଛାତ୍ରୀମାନେ ଧାରଣାରେ ବସିଛନ୍ତି । ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁସାରେ, ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵ ବିଦ୍ୟାଳୟରେ ୫୦% ଫି ଛାଡ କରାଯାଇଛି ।
କୋର୍ସ ଫି ଛାଡ଼ ଦାବିରେ ବିଶ୍ୱବିଦ୍ୟାଳୟ ଗେଟ ସମ୍ମୁଖରେ ଧାରଣା
କୋର୍ସ ଫି ଛାଡ଼ କରିବା ଦାବିରେ ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟର ବିଏଡ଼ ଓ ଏମଏଡ଼ ଛାତ୍ରଛାତ୍ରୀମାନେ ଧାରଣାରେ ବସିଛନ୍ତି । ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁସାରେ, ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜ ଦେଓ ବିଶ୍ଵ ବିଦ୍ୟାଳୟ ରେ ୫୦% ଫି ଛାଡ କରାଯାଇଛି । ଅଧିକ ପଢନ୍ତୁ...
କୋର୍ସ ଫି ଛାଡ଼ ଦାବିରେ ବିଶ୍ୱବିଦ୍ୟାଳୟ ଗେଟ ସମ୍ମୁଖରେ ଧାରଣା
ସେହିପରି ଫକୀର ମୋହନ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ କୋର୍ସ ଫି ଛାଡ଼ କରିବା ଦାବିରେ ଆନ୍ଦୋଳନ ଜୋର୍ ଧରିଛି । ନୂଆପାଢ଼ୀ ସ୍ଥିତ କ୍ୟାମ୍ପସ ସମ୍ମୁଖରେ ଛାତ୍ରଛାତ୍ରୀମାନେ ୫୦ ଶତକଡା ଫି ଛାଡ ପାଇଁ ଧାରଣା ଦେଇଥିଲେ । କୋରୋନା ମହାମାରୀ ପାଇଁ ଆର୍ଥିକ ସ୍ଥିତି ବେଶ ଖରାପ ଥିବାରୁ ପିଲାମାନେ ଏହି ଦାବି ଉପସ୍ଥାପନ କରିଛନ୍ତି । ଅନ୍ୟପଟେ ଅନ୍ୟ ବିଶ୍ୱବିଦ୍ୟାଳୟରେ କୋର୍ସ ଫି ଛାଡ଼ ହେଉଥିବା ବେଳେ ଏଠାରେ କାହିଁକି ହେଉନାହିଁ ବୋଲି ପିଲାମାନେ ପ୍ରଶ୍ନ କରିଛନ୍ତି।
ବାଲେଶ୍ୱରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ