ଓଡିଶା

odisha

ETV Bharat / state

ପୋଖରୀରେ ବୁଡି ଯୁକ୍ତ ତିନି ଛାତ୍ର ମୃତ

ବାଲେଶ୍ବରରେ ମଙ୍ଗଳବାର ସକାଳେ ଘଟିଛି ଏକ ଦୁଃଖଦ ଘଟଣା । ଗାଧୋଉ ଥିବାବେଳେ ପୋଖରୀରେ ବୁଡି ଜଣେ ଯୁକ୍ତ 3 ଛାତ୍ରର ମୃତ୍ୟୁ ଘଟିଛି ।

By

Published : Jun 25, 2019, 8:37 PM IST

ଫଟୋ ସୋଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ପୋଖରୀରେ ବୁଡି ଜଣେ ମୃତ । ମୃତକ ହେଲେ ଫକୀରମୋହନ ନଗର ଅଞ୍ଚଳର ଯୁକ୍ତ 3ର ଛାତ୍ର ଲଳିତ ନାୟକ ।

ଭିଡିଓ ସୋଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ସୂଚନା ମୂତାବକ, ଲଳିତ ତାଙ୍କ ସାଙ୍ଗମାନଙ୍କ ସହ ଗାଧୋଇବାକୁ ଯାଇଥିବାବେଳେ ଗୋଡ ଖସିଯିବାରୁ ସେ ବୁଡି ଯାଇଥିଲେ । ଖବରପାଇ ବାଲେଶ୍ବର ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଲଳିତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details