ଓଡିଶା

odisha

ETV Bharat / state

ଅଧ୍ୟାପିକାଙ୍କ ବହିଷ୍କାର ଦାବି, ବାଲେଶ୍ବର ଜିଲ୍ଲାପାଳଙ୍କୁ ଭେଟିଲେ କମର୍ଦ୍ଦା କଲେଜ ଛାତ୍ରଛାତ୍ରୀ

ଭୋଗରାଇସ୍ଥିତ କମର୍ଦ୍ଦା ଡିଗ୍ରୀ କଲେଜ ଅଧ୍ୟାପିକାଙ୍କୁ ବହିଷ୍କାର ଦାବି । ଜିଲ୍ଲାପାଳଙ୍କୁ ଭେଟି ଦାବି ଜଣାଇଲେ ଛାତ୍ରଛାତ୍ରୀ । ତାଙ୍କ ପାଖକୁ ଟ୍ୟୁସନ୍‌ ଯାଉନଥିବା ପିଲାଙ୍କୁ କମ ମାର୍କ ଦେଉଥିବା ଅଭିଯୋଗ କରି ଛାତ୍ରଛାତ୍ରୀ ତାଙ୍କର ବହିଷ୍କାର ଦାବି କରିଛନ୍ତି।

By

Published : Sep 24, 2019, 3:07 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ଵର: ଭୋଗରାଇ କମର୍ଦ୍ଦା ଡିଗ୍ରୀ କଲେଜ ଅଧ୍ୟାପିକାଙ୍କୁ ବହିଷ୍କାର ଦାବି । ଜିଲ୍ଲାପାଳଙ୍କୁ ଭେଟି ଦାବି ଜଣାଇଲେ ଛାତ୍ରଛାତ୍ରୀ । ତାଙ୍କ ପାଖକୁ ଟ୍ୟୁସନ୍‌ ଯାଉନଥିବା ପିଲାଙ୍କୁ କମ ମାର୍କ ଦେଉଥିବା ଅଭିଯୋଗ କରି ଛାତ୍ରଛାତ୍ରୀ ତାଙ୍କର ବହିଷ୍କାର ଦାବି କରିଛନ୍ତି।

କଲେଜର ଏଜୁକେସନ ଅଧ୍ୟାପିକା ନିଜ ପାଖରେ ଟ୍ୟୁସନ୍‌ ପାଇଁ ପିଲାଙ୍କୁ ବାଧ୍ୟ କରୁଛନ୍ତି । ଯେଉଁ ପିଲା ତାଙ୍କ ପାଖରେ ଟ୍ୟୁସନ୍‌ ହେଉନାହାଁନ୍ତି ଅଧ୍ୟାପିକା ସେମାନଙ୍କୁ ପରୀକ୍ଷାରେ କମ ମାର୍କ ଦେଉଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ଏହାକୁ ନେଇ ଛାତ୍ରଛାତ୍ରୀ ଗତ ସୋମବାର କଲେଜ ଅଧ୍ୟକ୍ଷଙ୍କୁ ଏ ସମ୍ପର୍କରେ ଜଣାଇଥିଲେ ମଧ୍ୟ ସେ କୌଣସି କଥାକୁ କର୍ଣ୍ଣପାତ କରି ନଥିଲେ। ଏଥିପ୍ରତି କଲେଜ ଅଧ୍ୟକ୍ଷ ଦୃଷ୍ଟି ନଦେବାରୁ ସେମାନେ ଜିଲ୍ଲାପାଳଙ୍କୁ ଭେଟି ଉକ୍ତ ଅଧ୍ୟାପିକାଙ୍କ ବହିଷ୍କାର ଦାବି କରିଛନ୍ତି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details