ବାଲେଶ୍ବର: ଆସନ୍ତା ଜୁଲାଇ 4 ତାରିଖରେ ଘୋଷଯାତ୍ରା । ମହାପ୍ରଭୁ ନିଜ ବଡଦେଉଳରୁ ରଥରେ ବିରାଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ । ଭକ୍ତ ଓ ଭଗବାନଙ୍କ ହେବ ଅନନ୍ୟ ମିଳନ । ଶ୍ରୀକ୍ଷେତ୍ର ପୁରୀରେ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା ହେଉଥିବାବେଳେ ତୃତୀୟ ଶ୍ରୀକ୍ଷେତ୍ର ବାଲେଶ୍ବର ଜିଲ୍ଲା ନୀଳଗିରିରେ ଦେଖିବାକୁ ମିଳେ କିଛି ନିଆରା ରଥଯାତ୍ରା ।
ନିଆରା ରଥଯାତ୍ରା ପ୍ରସ୍ତୁତିରେ ମଗ୍ନ ମହାରଣା ସେବାୟତ - ବାଲେଶ୍ବର
ମହାପ୍ରଭୁ ନିଜ ବଡଦେଉଳରୁ ରଥରେ ବାହାରି ଭକ୍ତଙ୍କୁ ଦର୍ଶନ ଦେବେ । ଭକ୍ତ ଓ ଭଗବାନଙ୍କ ହେବ ଅନନ୍ୟ ମିଳନ ।
ଫଟୋ ସୌଜନ୍ୟ:ସମ୍ବାଦଦାତା, ବାଲେଶ୍ୱର
ରଥଯାତ୍ରା ପାଇଁ ଜୋରସୋରରେ ଆରମ୍ଭ ହୋଇଛି ରଥ ନିର୍ମାଣ କାମ । ସେଥିପାଇଁ ମହାରଣାମାନେ ଦିନରାତି ଏକ କରି ଲାଗିଛନ୍ତି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟରେ । ସବୁଠି ରଥଯାତ୍ରାରେ ରଥ ଟଣା ହେଉଥିବାବେଳେ ନୀଳଗିରିରେ ସେଦିନ ହୁଏ ପହଣ୍ଡି ବିଜେ । ଆଉ ତିନିଦିନ ଧରି ଏହି ରଥଯାତ୍ରା ଚାଲେ । ଏହି ନିଆରା ରଥଯାତ୍ରା ପ୍ରସ୍ତୁତି ନେଇ ମହାରଣା ସେବାୟତଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ।